ରାଜ୍ୟ

ଯାଜପୁର: ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳ କେହି ଶୁଣିଲେନି, ଶେଷରେ ଆବାସ ଖଣ୍ଡିଏ ପାଇଁ ପିଡିଙ୍କ ଗାଡି ଆଗରେ ଶୋଇଲେ ହିତାଧିକାରୀ

ଯାଜପୁର ଟାଉନ(କେନ୍ୟୁଜ୍): ଆବାସ ଖଣ୍ଡେ ପାଇଁ ୫ ବର୍ଷ ଉଦ୍ୟମ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଆବେଦନ କରି ବିଫଳ ହେବା ପରେ ଆଜି ଯାଜପୁର ପ୍ରକଳ୍ପ ନିର୍ଦେଶକଙ୍କ ଗାଡି ସାମ୍ନାରେ ଶୋଇଲେ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକରେ । ଆଜି ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ (ଆଇଏଏସ୍‌) ଦଶରଥପୁର ବ୍ଲକକୁ ବିଭିନ୍ନ କାର୍ଯ୍ୟ ସମୀକ୍ଷା ନେଇ ଆସିଥିଲେ । ଏହି ସମୟରେ ବିଡିଓଙ୍କୁ ସରକାରୀ ଆବାସ ସମ୍ପର୍କରେ ଦରଖାସ୍ତ ଆବେଦନ କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଡାହାଣହତା ପଞ୍ଚାୟତ ଡାହାଣହତା ଗ୍ରାମର ପାଣ୍ଡବ ସାହୁ ଆସିଥିଲେ । ପ୍ରକଳ୍ପ ନିର୍ଦେଶକ ଆସିଥିବା ଜାଣି ପାଣ୍ଡବ ତାଙ୍କୁ ଦେଖାକରିବାକୁ ବ୍ଲକ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ । ମାତ୍ର ପାଣ୍ଡବଙ୍କୁ ବ୍ଲକ କର୍ମଚାରୀମାନେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେଖାକରିବାକୁ ବାରଣ କରିଥିଲେ । ଏଣୁ ପାଣ୍ଡବ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସିଂ ବାହାରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

ବିଭାଗୀୟ ସମୀକ୍ଷା ସାରି ପ୍ରକଳ୍ପ ନିର୍ଦ୍ଦେଶକ ବିଡିଓଙ୍କ କାର୍ଯ୍ୟାଳୟରୁ ବାହାରି ଗାଡିରେ ବସିଯିବାରୁ ପାଣ୍ଡବ ତତ୍‌କ୍ଷଣାତ୍ ତାଙ୍କ ଗାଡି ଆଗରେ ଶୋଇପଡିଥିଲେ । ଯାହାକୁ ଦେଖି ଘଟଣା ସ୍ଥଳରେ ଉପସ୍ଥିତ ଥିବା ପିଡିଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କ ସମେତ ବିଡିଓ ନାରାୟଣ ଚନ୍ଦ୍ର ନାୟକ, କ୍ୟାସିୟର ଦଶରଥ ଦାସଙ୍କ ସମେତ କିଛି ବ୍ଲକ କର୍ମଚାରୀ ପାଣ୍ଡବଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡି ଆଗରୁ ଉଠାଇ ଆଣି ତାଙ୍କ ସମସ୍ୟା ସମ୍ପର୍କରେ ବୁଝିନେବେ ବୋଲି ପିଡିଙ୍କ ସମ୍ମୁଖରେ କହିଥିଲେ । ଏହା ପରେ ପିଡି ସେଠାରୁ ଚାଲିଯାଇଥିଲେ । ମାତ୍ର ବ୍ଲକରେ ପାଣ୍ଡବଙ୍କ କଥା କେହି ବୁଝିନଥିବାରୁ ସେ ପୁଣି ନିରାଶ ହୋଇ ଫେରିଯାଇଥିଲେ ।

ସୂଚନାଥାଉକି ଡାହାଣହତା ଗ୍ରାମର ପାଣ୍ଡବ ସାହୁ ଜଣେ ଅତି ଦରିଦ୍ର ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସ୍ତ୍ରୀ ହେମଲତା ସାହୁ ୧୦୦ ପ୍ରତିଶତ ଭିନ୍ନକ୍ଷମ । ମାତ୍ର ତାଙ୍କୁ ଏଯାବତ ସରକାରୀ ଆବାସ ଖଣ୍ଡେ ମିଳିପାରିନାହିଁ । ଏଣୁ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳଙ୍କ ନିକଟରେ ପାଣ୍ଡବ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ୨୫ ଜାନୁୟାରୀ ୨୦୧୬, ୧ ଫ୍ରେବୃୟାରୀ ୨୦୧୬, ୪ ଏପ୍ରିଲ ୨୦୧୬, ୩୦ ମେ ୨୦୧୭ରେ ପାଣ୍ଡବ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ । ମାତ୍ର କେବଳ ତଦନ୍ତରେ ରହିଯାଇଛି ସମସ୍ତ ଅଭିଯୋଗ । ତଦନ୍ତ ପରେ ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ଜେନା ଏବଂ ପିଇଓ ପ୍ରିୟଙ୍କା ମହାଳିକ ଆବସ ପ୍ରଦାନ ପାଇଁ ଆଗୁଆ ୧୦ ହଜାର ଟଙ୍କା ମାଗିଥିବା ପାଣ୍ଡବ ଅଭିଯୋଗ କରିଥିଲେ।

ପାଣ୍ଡବ ଜଣେ ଅତି ଦରିଦ୍ର ଶ୍ରେଣୀର ଲୋକ ହୋଇଥିବାରୁ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଘର ମିଳିପାରୁନଥିବା ସେ ଅଭିଯୋଗ କରିଛନ୍ତି । ଘର ଖଣ୍ଡେ ନମିଳିବାରୁ ପାଣ୍ଡବଙ୍କ ପରିବାର ବିପଦପୂର୍ଣ୍ଣ କଚ୍ଚା ଚାଳ ଘରେ ରହୁଛନ୍ତି । ଏହି ଘର ଖଣ୍ଡିକୁ ୨/୩ ବର୍ଷରେ ଥରେ ଛପର ପକାଇବା କଷ୍ଟସାଧ୍ୟ ହୋଇପଡୁଛି । ପାଣ୍ଡବ ଦିନ ମଜୁରୀ ଲାଗି ପରିବାରର ୫ ଜଣ ସଦସ୍ୟଙ୍କ ଭରଣପୋଷଣ ସହିତ ସ୍ତ୍ରୀ ହେମଲତାଙ୍କର ଔଷଧ ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନାହିଁ । ଦିନକୁ ୨ ଓଳି ଖାଇବା କଷ୍ଟକର ବ୍ୟାପାର । ଏବିଷୟରେ ବିଡିଓଙ୍କୁ ପଚାରିବାରେ ତାଙ୍କ ପୈତୃକ ସମ୍ପତ୍ତିରେ କୋଠା ଘର ଅଛି ଏବଂ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

17 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

18 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

25 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

31 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

48 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

57 mins ago