ଲାଞ୍ଚ ଦେଇ ବି ମିଳୁନି ସରକାରୀ ଯୋଜନାର ଫାଇଦା, ଯାଜପୁର କାଟିଆ ଗାଁରୁ ଆସିଛି ଏଭଳି ଅଭିଯୋଗ

ଯାଜପୁର: ଲାଞ୍ଚ ଦେଇ ବି ମିଳୁନି ସରକାରୀ ଯୋଜନାର ଫାଇଦା। ପାଇଖାନା କରାଇଦେବାକୁ କହି ୱାର୍ଡମେମ୍ବର ୨ହଜାର ଟଙ୍କା ନେବା ପରେ ଏବେ ଆଉ ଧରାଛୁଆଁ ଦେଉନାହାନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତର କାଟିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ସ୍ୱାମୀଙ୍କ ଦେହାନ୍ତ ପରେ ଖୋଟିଯା ବିବି ଅଭାବରେ କାଳ କାଟୁଛନ୍ତି।

ବାରମ୍ବାର ଗୁହାରୀ କଲେ ମଧ୍ୟ ସରକାରୀ ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ଅଳ୍ପ କିଛି ମିଳୁଥିବା ଭତ୍ତା ଟଙ୍କାରେ ଦିବ୍ୟାଙ୍ଗ ପୁଅକୁ ଧରି ପେଟ ପୋଷିବା ଦୁର୍ବିସହ ହୋଇପଡ଼ିଛି। ସ୍ଥାନୀୟ ୱାର୍ଡମେମ୍ବର ସରକାରୀ ପାଇଖାନା ଦେବାକୁ କହି ୨ହଜାର ଟଙ୍କା ଲାଞ୍ଚ ନେଇ ଏବେ ଧରାଛୁଆଁ ଦେଉନଥିବା ଅଭିଯୋଗ କରିଛନ୍ତି ଖୋଟିଯା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.