“ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ” ବାର୍ତ୍ତା ନେଇ ଭାରତ ସମେତ ତିନୋଟି ଦେଶ ଭ୍ରମଣରେ ୫୪ ବର୍ଷୀୟା ବେନୀ

ବ୍ରହ୍ମପୁର(କେନ୍ୟୁଜ୍):   ସାଇକେଲ ଚଳାଇ ଶରୀରକୁ ସୁସ୍ଥ ରଖିବା ଓ ବୟସ୍କ ଲୋକଙ୍କୁ ସଚେତନତା କରିବା ଲକ୍ଷ୍ୟ ନେଇ ସାଇକେଲରେ ଭାରତ ସମେତ ଅନ୍ୟ ତିନୋଟି ଦେଶ ଭ୍ରମଣରେ ବାହାରିଛନ୍ତି କେରଳ ରାଜ୍ୟର ବେନୀ । କେରଳରୁ ୫୪ ବର୍ଷୀୟା ବେନୀ ନିଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦୀର୍ଘ ୪୦ ଦିନର ସାଇକେଲ ଯାତ୍ରା ପରେ ଆଜି ଆସି ପହଞ୍ଚିଛନ୍ତି ବ୍ରହ୍ମପୁର ସହରରେ ।

ବ୍ରହ୍ମପୁରରେ ଆଜି ସକାଳେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା କରାଯାଇଥିଲା । ବେନୀ ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ଅବସର ପରେ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା କରିବା ଓ ନିଜ ଛାତ୍ରଙ୍କୁ କିଛି କରାଇବା ଲକ୍ଷ୍ୟ ନେଇ ସେ ପ୍ରାୟ ୭ ହଜାର କିଲୋମିଟର ଏହି ଯାତ୍ରା କରୁଛନ୍ତି ।

ଏହି ଯାତ୍ରା ମିଆମାରରେ ଶେଷ ହେବାକୁ ଥିବା ବେଳେ ସେ ଏଥିପାଇଁ ୪ ମାସ ସମୟ ଲାଗିବ ବୋଲି ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ କେରଳରୁ ବିଭିନ୍ନ ସେଚତନତା ବାର୍ତ୍ତା ନେଇ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ତେବେ ଆଜି ବ୍ରହ୍ମପୁରରେ ପହଞ୍ଚି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ସାଇକେଲ ଚଳାଇବାର ଫାଇଦା ସମ୍ପର୍କରେ ସଚେତନତା କରିଥିଲେ । ଆଜି ବ୍ରହ୍ମପୁରରେ ରହିବା ପରେ ସେ ଭୂବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.