ରାଜ୍ୟ

ବ୍ଲଡ୍ କ୍ଯାନସରରେ ପୀଡିତ ବେଣୁଧରଙ୍କୁ ସୁସ୍ଥ କରିବା ପାଇଁ ଏବେ ସର୍ବହରା ପରିବାର, ଖାଲି ସହାୟତାକୁ ଅପେକ୍ଷା

ଗଜପତି: ପରିବାରର ମେରୁଦଣ୍ଡ ହେଉଛନ୍ତି ମୁରବୀ । ତାଙ୍କ ଆଦର୍ଶରେସବୁ ବାଧା ବିଘ୍ନକୁ ସହିବାର ସାହାସ ଜୁଟାଇଥାନ୍ତି ପରିବାରର ସବୁ ସଦସ୍ଯ । ଆଉ ଯଦି କେବେ ମୁରବୀଙ୍କ ଉପରେ ବିପଦ ମାଡିଆସେ, ତାହାହେଲେ ପରିବାର ଉପରେ ସତେ ଯେମିତି ଚଡକ ପଡିଯାଏ ।

ଏ ହେଉଛି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ସିଧାମଢଙ୍ଗ ଗ୍ରାମ । ଏଠାରେ ବାସ କରନ୍ତି ବେଣୁଧର ପାଲକା । ୬ ଜଣିଆ ଏହି ପରିବାରରେ ତିନି ଜଣ ରୋଗୀ । ବେଣୁଧର ପାଲାକା ୨୦୧୭ମସିହାରୁ ବ୍ଲଡ କ୍ଯାନସରରେ ପୀଡିତ ଥିବା ବେଳେ ତାଙ୍କ ଧର୍ମପନ୍ତ୍ରୀ ଓ ଅବିବାହୀତ ଭଉଣୀ ମଧ୍ୟ ରୋଗୀ । ବେଣୁଧରଙ୍କୁ ବ୍ଲଡ କ୍ଯାନସର। ତେଣୁ ଚିକିତ୍ସା ପାଇଁ ତାଙ୍କ ପିଲାମାନେ ତା ଙ୍କୁ ୨୦୧୭ ମସିହାରେ ବେଙ୍ଗୁଲୁରୁ, ଚେନ୍ନାୟୀ ଠାରୁ ଆରମ୍ଭ ବିଭିନ୍ନ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା ପ୍ରୟାସ କରିବାପରେ ଶେଷରେ ୨୦୧୮ ମସିହାରେ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ସେଠାରୁ ଏଇମିସ ଭୁବନେଶ୍ୱର ଓ ଶେଷରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର ମେଡିକାଲ ନେଇ ୯ଲକ୍ଷ ସାରି ସାରିଲେଣି । ଦୁଃଖର କଥା ପିଲାମାନେ ବାପାଙ୍କ ଚିକିତ୍ସା ପାଇଁ ୬ଏକର ଜମି ମଧ୍ଯ ବିକି ସାରିଲେଣି ।

ବେଣୁଧରଙ୍କ ବଡଝିଅ ଭବାନୀ ପାଲାକା ଆନ୍ଧ୍ରାରେ ବାହା ହୋଇଛନ୍ତି । ସେ ବାପା ବେଣୁଧରଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ସାହାର୍ଯ୍ୟ କରିଛନ୍ତି । ବଡପୁଅ ୨୬ବର୍ଷ ଉପେନ୍ଦ୍ର ପାଲାକା ଯୁକ୍ତ୩ ଦ୍ୱୀତିୟ ବର୍ଷ, ସାନପୁଅ ୨୩ବର୍ଷ ନାନା ପାଲାକା ଯୁକ୍ତ୨ ଦ୍ୱୀତିୟ ବର୍ଷ ଓ ସବା ସାନଝିଅ ୨୦ବର୍ଷ ଗଜଲକ୍ଷ୍ମୀ ପାଲାକା ଦଶମ ଶ୍ରେଣୀରୁ ଘରର ଅବସ୍ଥା ଖରାପ ହେବାରୁ ପାଠରେ ଡୋରୀ ବାନ୍ଧି ସାରିଛନ୍ତି । ଉପେନ୍ଦ୍ର ବର୍ତ୍ତମାନ କିରାଣୀ ଭାବେ କାମ କରୁଥିବାବେଳେ, ନାନା ସୁନା ଦୋକାନରେ କାମ କରୁଛନ୍ତି ଏବଂ ସାନ ଝିଅ ଗଜଲକ୍ଷ୍ମୀ ଆନ୍ଧ୍ର ପ୍ରଦେଶର ମିଳିଆୟାକୁଟୀ ଗ୍ରାମରେ ଦାଦନ ଶ୍ରମିକ ଭାବେ ଇଟାଭାଟୀରେ କାମ କରୁଛନ୍ତି ।

ବାପା ବେଣୁଧରଙ୍କୁ ଚିକିତ୍ସା ପାଇଁ ମାସିକ ୪୫ହଜାର ଦରକାର ପଡୁଥିବା ବେଳେ ତିନି ଭାଇଭଉଣି ମିଶି ୨୪ହଜାରଟଙ୍କା ମାସିକ ଆୟ କରୁଛନ୍ତି ସେଥିରେ ପୁଣି ଘର ବନ୍ଦକ ୨ ଲକ୍ଷ ଟଙ୍କାରେ ପକାଇଥିବାରୁ ବାପାଙ୍କ ଚିକିତ୍ସା ପାଇଁ ରୁଣ, ଘରର ଖାଇବା ଓ ବାପା, ମାଁ ଓ ଅବିଭାହିତ ପିୟୁସିଙ୍କ ଚିକିତ୍ସା ପାଇଁ ଟଙ୍କା ସମୁଦ୍ରକୁ ଶଂଖେ ପାଲଟିଛି । ତେଣୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ଆର୍ଥିକ ସାହାର୍ଯ୍ୟ ମିଳିଲେ ବେଣୁଧରଙ୍କ ଚିକିତ୍ସା କରିପାରନ୍ତେ ବୋଲି ସର୍ବହରା ତିନି ପୁଅ,ଝିଅ ଗୁହାରୀ କରିଛନ୍ତି ।

ତେବେ ଏ ସମ୍ପର୍କରେ ଆମେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ରକୁ ଜଣାଇବାରୁ ସେ କହିଛନ୍ତି ବେଣୁଧର ପାଲାକାଙ୍କ କେନ୍ସର ପ୍ରାଥମିକ ଅବସ୍ଥାରେ ରହିଛି। ତେଣୁ ତାଙ୍କୁ କଟକ ଯିବାକୁ ପଡିବ ଚିକିତ୍ସା ପାଇଁ । ପାରଳାଖେମୁଣ୍ଡିରେ ସେପରି କୌଣସି ଚିକିତ୍ସା ପାଇଁ ଯନ୍ତ୍ରପାତି ନାହିଁ । ମାସକୁ ଥରେ ଯିବାକୁ ପଡିବ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ଥିଲେ ଆଚାର୍ଯ୍ୟହରୀହର କେନ୍ସର ମେଡିକେଲରେ ମାଗଣାରେ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି । ଏହାସହ ଆର୍ଥିକ ସହାୟତା ପାଇଁ ସେ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରିବାକୁ କହିଥିଲେ ।

ଯଦି ସରକାର ବେଣୁଧରଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥା ନିଜ ହାତକୁ ନେଇ ପାରନ୍ତେ କିମ୍ବା ବେସରକାରୀ ସ୍ତରରୁ ବହୁ ସଂଖ୍ୟାରେ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା କରିପାରନ୍ତେ, ତେବେ ସର୍ବହରା ଏହି ପରିବାର ନିଜ ମୁରବିଙ୍କୁ ବଞ୍ଚାଇ ପାରନ୍ତେ । ତେବେ କୌଣସି ବଦାନ୍ୟ ବ୍ୟକ୍ତି ବେଣୁଧର ପାଲାକାଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯେୋଗ କରନ୍ତୁ।

ନାମ: ବେଣୁଧର ପାଲାକା

ଜିଲ୍ଲା:ଗଜପତି, ଓଡିଶା

ପିନ୍:୭୬୧୨୦୧

ଆକାଉଣ୍ଟ ନମ୍ବର – ୪୧୩୭୧୦୮୦୦୧୫୨୧, କାନାଡା ବ୍ୟାଙ୍କ, ପାରଳାଖେମୁଣ୍ଡି ସାଖା

ଆଇଏଫସି କୋର୍ଡ – ସିଏନଆରବି୦୦୦୪୧୩୭

ଫୋନ ନମ୍ବର – ୬୩୭୦୦୮୮୬୪୭

ଗଜପତିରୁ ସନ୍ତୋଷ କୁମାର ପଟ୍ଟ ନାୟକ

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 seconds ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

44 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

52 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago