ହାଇସ୍କୁଲ ଶିକ୍ଷକମାନଙ୍କର ବକେୟା ଦରମା କରାଇ ଦେବାକୁ ଲାଞ୍ଚ ନେଉଥିଲେ BEO, ମାଡିବସିଲା ଭିଜିଲାନ୍ସ
କଟକ(କେନ୍ୟୁଜ୍): ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବ୍ଲକ ଏଜୁକେସନ ଅଫିସର। ବରଗଡ଼ ଜିଲ୍ଲା ଝରାବନ୍ଧ ବିଇଓ ରଞ୍ଜିତ ଭୋଇ। ଝରାବନ୍ଧ ବ୍ଲକର ଏକ ହାଇସ୍କୁଲ ଶିକ୍ଷକ ମାନଙ୍କର ବକେୟା ଦରମା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।
ସ୍କୁଲର ପ୍ରଧାନଶିକ୍ଷକଙ୍କ ଠାରୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ। ଲାଞ୍ଚ ଟଙ୍କା ରଞ୍ଜିତ ଭୋଇଙ୍କ ଠାରୁ ଉଦ୍ଧାର ଓ ଜବତ କରିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା।