ରାଜ୍ୟ

ଅଜାଙ୍କ ଠାରୁ ଶୁଣି ଶୁଣି ସେବେଠୁ ଇଚ୍ଛା ଥିଲା ଆର୍ମି ଅଫିସର ହେବାକୁ, ଲେଫ୍ଟନାଣ୍ଟ ଆର୍ମି ଅଫିସର ହେଲେ ବ୍ରହ୍ମପୁର ପୁଅ

ବ୍ରହ୍ମପୁର (କେନ୍ୟୁଜ): ଇଚ୍ଛା ଥିଲା ଦିନେ ଆର୍ମି ଅଫିସର ହେବେ । ଆଜି ସତକୁ ସତ ସେ ହୋଇଯାଇଛନ୍ତି ଆର୍ମି ଅଫିସର । ତାପୁଣି ଲେଫ୍ଟନାଣ୍ଟ ଆର୍ମି ଅଫିସର । ସ୍ୱପ୍ନକୁ ସତ କରିବା ପଛର ମୂଳମନ୍ତ୍ର ହେଉଛି ପ୍ରଚେଷ୍ଟା । ଚେଷ୍ଟା କଲେ କୌଣସି ବି ଅସମ୍ଭବକୁ ସମ୍ଭବ କରିହୁଏ । ଯାହାକୁ କରି ଦେଖାଇଛନ୍ତି ଦେବୀଦତ୍ତ । ଏବେ ଆପଣ ଭାବୁଥିବେ ଏ ଦେବୀଦତ୍ତ କିଏ । ତେବେ ଆପଣଙ୍କୁ ଆମେ ଆଜି ଦେବୀଦତ୍ତଙ୍କ ବିଷୟରେ ହିଁ ଜଣାଇବୁ। ଯିଏ କି ନିଜ ସ୍ୱପ୍ନକୁ ସତ କରିବାରେ ହୋଇଛନ୍ତି ସଫଳ ।

ବ୍ରହ୍ମପୁର ସହରର ଅଯୋଧ୍ୟାନଗର ତୃତୀୟ ଲାଇନର ଯୁବକ ଦେବୀଦତ୍ତ ପଟ୍ଟନାୟକ ସଫଳତାର ଶିଖର ଛୁଇଁଛନ୍ତି । ୨୦୨୦ ମସିହାରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ କୃକତାର୍ଯ୍ୟ ହେବା ପରେ ସଫଳତାର ସହ ୪ ବର୍ଷର ତାଲିମ ଶେଷ କରି ଭାତୀୟ ସ୍ଥଳ ସେନାର ଅଫିସର ଭାବେ ଯୋଗ ଦେବାକୁ ଯାଉଛନ୍ତି ।

ତିନି ବର୍ଷ ନ୍ୟାସନାଲ ଡିଫେନସ ଏକାଡେମୀ ପୁଣେରେ ତାଲିମ ଶେଷ କରିଥିବା ବେଳେ ଇଣ୍ଡିଆନ ମିଲିଟାରୀ ଏକାଡେମୀ ଡେରାଡୁନରେ ଏକ ବର୍ଷର କଠିନ ତାଲିମକୁ ସଫଳତାର ସହ ଶେଷ କରିଥିଲେ । ଟ୍ରେନିଂ ଶେଷ ହେବା ପରେ ଚଳିତ ମାସ ଆସନ୍ତା ୩୦ ତାରିଖରେ କାଶ୍ମୀର ଲେ’ ରେ ଆର୍ମୀ ଏୟାର୍ ଡିଫେନସରେ ଅଫିସର ଭାବେ ଯୋଗ ଦେବେ ।

ତେବେ ଦେବୀଦତ୍ତ ହେଉଛନ୍ତି ବ୍ରହ୍ମପୁର ସହରର ଓକିଲ ପ୍ରିୟ ରଞ୍ଜନ ପଟ୍ଟନାୟକଙ୍କ ପୁଅ । ସେ ଏହି ସଫଳତାର ଶ୍ରେୟ ବାପା ମା’ଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାରବର୍ଗଙ୍କୁ ଦେଇଛନ୍ତି । ଏହା ସହ ଦେଶ ସେବା କରିବା ଲାଗି ମିଳିଥିବା ସୁଯୋଗକୁ ସୁଚାରୁ ରୂପେ ତୁଲାଇବା ସହ ନିଜ ଦାୟିତ୍ୱକୁ ଠିକ୍ ତୁଲାଇବେ ବୋଲି ଦେବୀଦତ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦେବୀଦତ୍ତଙ୍କ ଏହି ସଫଳତା ଯୁବପୀଢ଼ିଙ୍କ ପାଇଁ ଏହା ଏକ ପ୍ରେରଣା ହୋଇଥିବା ବେଳେ ଦେବୀଦତ୍ତଙ୍କ ସଫଳତା ପାଇଁ ପରିବାର ଲୋକେ ବେଶ ଗର୍ବିତ । ଦେବିଦତ୍ତଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

26 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

32 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago