ପରିବେଶ ସଚେତନତା ପାଇଁ ଜିଲ୍ଲାପାଳଙ୍କ ତାଗିଦ, ବ୍ରହ୍ମପୁର ସହରରେ ଚା’ ଦୋକାନୀଙ୍କୁ ରାସ୍ତା କଡ଼ ସଫା ରଖିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର: ପରିବେଶ ସଚେତନତା ପାଇଁ ଜିଲ୍ଲାପାଳଙ୍କ ତାଗିଦ। ବ୍ରହ୍ମପୁର ସହରରେ ଚା’ ଦୋକାନୀଙ୍କୁ ରାସ୍ତା କଡ଼ ସଫା ରଖିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଆଜି ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ସହରରେ ଜିଲ୍ଲାପାଳ ବାହାରିଥିବା ବେଳେ ଆସିକା ରୋଡର ଏକ ଚା’ ଦୋକାନରେ ଗାଡ଼ି ରଖିଥିଲେ। ସେଠାରେ ରାସ୍ତା କଡ଼ରେ ପଡ଼ିଥିବା ଚା’ କପଗୁଡ଼ିକୁ ଉଠାଇବା ପାଇଁ ଦୋକାନୀକୁ ତାଗିଦ କରିଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦୋକାନୀ ମଧ୍ୟ ସେହି ଆବର୍ଜନାକୁ ସେଠାରୁ ସଫା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.