ଅଫିସ୍‌ ଭିତରେ ଆଟାକ୍‌ : ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାରି ମୁହଁ ଫଟାଇ ଦେଲେ

ବ୍ରହ୍ମପୁର (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିନିତା ସେନାପତିଙ୍କୁ କାର୍ଯ୍ୟାଳୟ ଭିତରେ ଆକ୍ରମଣ । ଆଜି ଅପରାହ୍ନରେ ଶିକ୍ଷା ଅଧିକାରୀ ନିଜ କୋଠରୀରୁ ବାହାରି କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁହଁରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

MADA-2

ଜଣାପଡ଼ିଛି ଯେ ବେଲଗୁଣ୍ଠା ଅଞ୍ଚଳର ଶାନ୍ତିଲତା ସାହୁ ନାମକ ଜଣେ ମହିଳା କର୍ମଚାରୀ ଓ ତାଙ୍କ ସ୍ୱାମୀ କୌଣସି ଅଭିଯୋଗ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାଳୟକୁ ଆସିଥିଲେ । ଡିଇଓ ସହ ବାହାରେ କଥାବାର୍ତ୍ତା ହେବା ବେଳେ ହଠାତ୍ ମହିଳାଙ୍କ ସ୍ୱାମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସିସିଟିଭିରେ ଏହା ରେକର୍ଡ ହୋଇଛି । ଅବଶ୍ୟ ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ । ତେବେ କେଉଁ କାରଣ ଯୋଗୁଁ ସେ ହଠାତ୍ ଆକ୍ରଣ କଲେ ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.