ବ୍ରହ୍ମପୁର ଶିଳ୍ପାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଉତ୍କର୍ସ ଆବିଷ୍କାର, ୩ ଶହଟି ହ୍ୟାଣ୍ଡ ସାନିଟାଇଜର ତିଆରି କରି ବ୍ରହ୍ମପୁର ମହାନଗର ନିଗମକୁ କଲେ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  ବଜାରରେ ମାସ୍କ ଓ ହାଣ୍ଡ ସାନିଟାଇଟର ଅଭାବ । ଏପରିସ୍ଥିତିରେ ବ୍ରହ୍ମପୁର ଶିଳ୍ପ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ହ୍ୟାଣ୍ଡ ସାନିଟାଇଜର ତିଆରି କରିଛନ୍ତି । ସ୍ଥାନୀୟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସେସ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚ-ଆଇଜର୍‌ ଲାବୋରେଟୋରୀ ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ ଶହଟି ସାନିଟାଇଜର ତିଆରି ପରେ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ପ୍ରଦାନ କରିଛନ୍ତି ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ । ଏଥିରୁ କିଛି ସାନିଟାଇଜର ବିଏମସି ଅଫିସରେ ବ୍ୟବହାର କରିବାକୁ ରଖାଯାଇଥିବା ବେଳେ ଅନ୍ୟଗୁଡ଼ିକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ମାନ ନିର୍ଦ୍ଧାରଣ ପରେ ଅଧିକ ହାଣ୍ଡ ସାନିଟାଇଜର ତିଆରି ପାଇଁ ପରାମର୍ଶ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମର କମିଶନର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.