ଏମ୍‌କେସିଜିରେ ଅଚାନକ ପଶିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ, ରୋଗୀ ସେବା ସମ୍ପର୍କରେ ସ୍ଥିତି ପରଖିଲେ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଆଜି ଏମକେସିଜି ମେଡିକାଲକୁ ଅଚାନକ ଯାଇ ସ୍ଥିତି ପରଖିଛନ୍ତି । ଉଭୟ ସାଂସଦ ଓ ବିଧାୟକ ମେଡିକାଲର ଏସଏନସିୟୁ, ସୁପର ସ୍ପେସାଲିଟି ବ୍ଳକ, ଇନ୍‌ଡୋର୍‌ ସମେତ ବିଭିନ୍ନ ଓ୍ୱାର୍ଡ଼ ବୁଲି ଦେଖିଥିଲେ। କିଭଳି ଭାବେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେ ନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । ଏହାଛଡ଼ା କିଛି ଓ୍ୱାର୍ଡ଼ରେ କୋଠାର ଅବସ୍ଥା ଖରାପ ଥିବା ଯୋଗୁଁ ଏହାର କିଭଳି ଖୁବ୍‌ ଶୀଘ୍ର ମରାମତି କରାଯିବ ସେ ନେଇ ମଧ୍ୟ ଏମକେସିଜି ମେଡିକାଲ ଅଧୀକ୍ଷକ ଏବଂ ଡିନ୍‌ଙ୍କ ସହିତ ଆଲୋଚନା କରିଥିଲେ ।
କିଛି ବିଭାଗରେ ଡାକ୍ତର ନଥିବା ଯୋଗୁଁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସେମାନେ ଅଭିଯୋଗ ପାଇଥିଲେ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଉଭୟ ଜନପ୍ରତିନିଧି କହିଛନ୍ତି ।