ଆହାର କେନ୍ଦ୍ରରେ ପହଁଚି ସ୍ଥିତି ପରଖିବା ସହିତ ମଧ୍ୟାହ୍ନ ଭୋଜନ ଖାଇଲେ ବ୍ରହ୍ମପୁର ମୁନିସିପାଲ କମିସନର

ବ୍ରହ୍ମପୁର(କେନ୍ୟୁଜ): ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ ବ୍ରହ୍ମପୁର ମୁନିସିପାଲ କମିସନର। ବ୍ରହ୍ମପୁର ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ସ୍ଥିତି ପରଖିଥିଲେ ବିଏମସି କମିସନର ଜେ. ସୋନାଲ। ଆହାର କେନ୍ଦ୍ର ବୁଲିବା ସହ ଖାଦ୍ୟର ମାନ ନେଇ ଉପସ୍ଥିତ ଲୋକଙ୍କୁ ପଚାରି ବୁଝିଥିଲେ। ଏହା ପରେ ସାଧାରଣ ଲୋକଙ୍କ ଭଳି ଟୋକେନ ନେଇ ଲାଇନରେ ଠିଆ ହୋଇ ଖାଦ୍ୟ ପ୍ଲେଟ ସଂଗ୍ରହ କରିଥିଲେ।

ଆହାର କେନ୍ଦ୍ରରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ ବିଏମସି କମିସନର। ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ମାନ ହାଇଜେନିକ ଥିବା କେନ୍ଦ୍ର ପରିସର ପରିଷ୍କାର ପରିଚ୍ଛନ ରହିଥିବା କହିଥିଲେ। ସହର ମଧ୍ୟରେ ଥିବା ଆହାର କେନ୍ଦ୍ରର ୬ଟି ସ୍ଥାନରେ ନିଜସ୍ୱ ରୋଷେଇ ଘର କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.