ବ୍ରହ୍ମପୁର ମହାନଗର ନିଗମର ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ ଗୃହୀତ, ମୋଟ୍‌ ୪୬୨ କୋଟି ୮୪ ଲକ୍ଷ ଟଙ୍କାର ମିଳିଛି ମଞ୍ଜୁରୀ

ବ୍ରହ୍ମପୁର(କେନ୍ୟୁଜ୍‌):ବ୍ରହ୍ମପୁର ମହାନଗର ନିଗମର ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ ଗୃହୀତ । ମୋଟ୍‌ ୪୬୨ କୋଟି ୮୪ ଲକ୍ଷ ଟଙ୍କାର ବଜେଟ୍‌କୁ ମଞ୍ଜୁରୀ ମିଳିଛି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବସିଥିଲା ବଜେଟ୍‌ ବୈଠକ । ସହରର ସାମଗ୍ରିକ ଉନ୍ନତିକୁ ଦୃଷ୍ଟିରେ ରଖି ବଜେଟ୍‌ ପ୍ରସ୍ତୁତ କରାଯାଇଛି ।

୧୭ଟି ସ୍ୱତନ୍ତ୍ର ପ୍ରକଳ୍ପର ଉନ୍ନତିକରଣ ଓ ମରାମତି ପାଇଁ ପ୍ରାୟ ୧୫୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ବ୍ରହ୍ମପୁର ସହରର ବେଡ଼ାବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସର୍ବାଧିକ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯାହାଫଳରେ ରାମଲିଙ୍ଗମ ପୋଖରୀ ପରେ ଅନ୍ୟତମ ଆକର୍ଷଣ ପୋଖରୀ ପାଲଟିବ ଏହି ବେଡ଼ାବନ୍ଧ ।

୩୦କୋଟି ଟଙ୍କାରେ ଗୃହ ପ୍ରକଳ୍ପ, ୨୦ କୋଟି ଟଙ୍କାରେ ଗିରି ମାର୍କେଟ କମ୍ପ୍ଲେକ୍ସର ଉନ୍ନତିକରଣ ଭଳି ଅନ୍ୟ କିଛି ନୂଆ ପ୍ରକଳ୍ପ କରାଯିବ । ସହରର ଉନ୍ନତି ସାଙ୍ଗକୁ ସହରବାସୀଙ୍କୁ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ବଜେଟରେ କିଛି ନୂଆ ପ୍ରକଳ୍ପକୁ ସାମିଲ କରାଯିବାକୁ ପ୍ରସ୍ତାବ ରଖିଥିଲେ କିଛି କର୍ପୋରେଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.