ଉଦଯାପିତ ହେଲା ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): ଉଦଯାପିତ ହେଲା ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଭାବବିହ୍ଵଳ ପରିବେଶ ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ବିଳମ୍ବିତ ରାତିରେ ମା’ ବାପଘରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ଏକମାସ ଧରି ଚାଲିଥିବା ଯାତ୍ରାରେ ଶାଶୁଘରୁ ମା’ଙ୍କ ନିଜସ୍ୱ ମନ୍ଦିରରୁ ସହସ୍ରାକ୍ଷଘଟ ଡାକରା ଆସିବା ପରେ ମା’ ମନ୍ଦିରକୁ ଯାଇଛନ୍ତି ।

maaମା’ଙ୍କ ଯାତ୍ରା ଦର୍ଶନ କରି କରୁଣା ଲାଭ କରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥିଲା ରେଶମ ନଗରୀରେ। ଘଣ୍ଟ, ଘଣ୍ଟା ମୃଦଙ୍ଗରେ କମ୍ପିଉଠିଥିଲା ସାରା ସହର। ବିରାଟ ପଟୁଆରରେ ଶାଶୁଘର ଯାଇତିଲେ ମାଆ। ପୁଣି ମାଆଙ୍କ ଦର୍ଶନ ପାଇଁ ଦୁଇ ବର୍ଷ ଅପେକ୍ଷା।