ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଟଙ୍କା ଡିଜିଟାଲ ଠକେଇ, ୨ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଡିଜିଟାଲ ଠକେଇ ଘଟଣାରେ ୨ଗିରଫ। ଗୁଜରାଟରୁ ୨ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ଗିରଫ ଦୁଇ ଜଣ ହେଲେ ଗୁଜରାଟର ଭୁତୟା ଜେନିଲ୍ ଜୟଶୁଖଭାଇ ଓ ବିଶ୍ୱଜିତସିନ୍ ଗୋହଲି । ଗିରଫ କରି ଉଭୟଙ୍କୁ ଗୁଜରାଟ ଭାବନଗର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ବ୍ରହ୍ମପୁରକୁ ଅଣାଯାଇଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଗିରଫ ହୋଇଥିବା ଦୁଇ ଜଣଙ୍କ ଠାରୁ ମୋବାଇ ଫୋନ , ସିମ୍ କାର୍ଡ ଓ ଆଧାର କାର୍ଡ ଜବତ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ସିବିଆଇ ଅଫିସରର ପରିଚୟ ଦେଇ କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କହି ୧୪ ଲକ୍ଷ ଟଙ୍କା ଠକେଇ କରିଥିଲେ। ଫେବୃଆରୀ ୨୪ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ସାଇବର ଠକେଇର ଶିକାର ନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ।