ନୌସେନା ଅଧିକାରୀ ସୌରଭ ପାତ୍ର ନିଖୋଜ ଘଟଣା, ଅଟୋରେ ଯିବା ଦୃଶ୍ୟ ସିସିଟିଭିରେ କଏଦ

ବ୍ରହ୍ମପୁର : ନୌସେନା ଅଧିକାରୀ ସୌରଭ କୁମାର ପାତ୍ର ନିଖୋଜ ଘଟଣା । ଇଚ୍ଛାପୁର ଷ୍ଟେସନରୁ ଓହ୍ଲାଇବା ପରେ ପ୍ଲାଟଫର୍ମରୁ ବାହାରି ଏକ ଅଟୋରେ ସୌରଭ ଯାଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଟୋରେ କୁଆଡ଼େ ଯାଇଛନ୍ତି ସେ ନେଇ ସ୍ପଷ୍ଟ ହୋଇନାହିଁ । ବ୍ରହ୍ମପୁର ରେଲୱେ ଷ୍ଟେସନ ନିକଟରୁ ସୈାରଭଙ୍କ ଭୋଟ ପରିଚୟ ପତ୍ର ମିଳିଛି । ଘଟଣାର ଅଧିକ ତଦନ୍ତ ନେଇ ବ୍ରହ୍ମପୁର ପୋଲିସ ଇଚ୍ଛାପୁରକୁ ଯିବ । ସୌରଭଙ୍କୁ ଠାବ କରିବା ପାଇଁ ଟେକ୍ନିକାଲ ଆନାଲାଇସିସ୍ ମଧ୍ୟ କରାଯାଉଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି । କୋଚି ଆଇଏନଏସ ସହ ଟାଉନ ଥାନା ପୋଲିସ ସୌରଭଙ୍କ ନିଖୋଜକୁ ନେଇ ଯୋଗାଯୋଗରେ ଅଛି । ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି । ଘରକୁ ଆସି ଚାକିରି କ୍ଷେତ୍ରକୁ ଯାଇ ନିଖୋଜ ଥିଲେ ନୌସେନାର ଆକ୍ଟି ଲିଡିଂ କମ୍ୟୁନିକେଟର (ଏଜି.ଏଲ୍.କମ୍.) ସୌରଭ କୁମାର ପାତ୍ର ।
ଗତ ୧୯ତାରିଖରୁ ସେ ବ୍ରହ୍ମପରରୁ ଟ୍ରେନରେ ବିଶାଖାପାଟଣା ଯାଉଥିଲେ । ସେଠାରୁ ଫ୍ଲାଇଟରେ କୋଚି ଯାଇ ଆଇଏନଏସ ଗରୁଡରେ ଯୋଗ ଦେଇଥାନ୍ତେ । କିନ୍ତୁ ବ୍ରହ୍ମପୁରରୁ ଯାଇଥିବା ବେଳେ ଏବେ ତାଙ୍କ ପତ୍ତା ମିଳୁନାହିଁ । ତାଙ୍କ ମୋବାଇଲଫୋନ୍ ବି ସୁଇଚ୍ ଅଫ୍ ରହିଛି । ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ ନିତ୍ର ପାତ୍ର । ପୋଲିସ ମିସିଂ ରିପୋର୍ଟ କରି ତଦନ୍ତ ଆରମ୍ଭକରିଛି । ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥୁବା ପରିବାର ଲୋକ କହିଛନ୍ତି । ପୁଅକୁ ଖୋଜି ଆଣିବାକୁ ସେ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି । ପୋଲିସ ସୌରଭଙ୍କ ମୋବାଇଲ୍ ଲୋକେସନ୍ ଯାଞ୍ଚ କରିଥିଲା । ଇଛାପୁରମ ଠାରେ ତାଙ୍କ ମୋବାଇଲର ଲାଷ୍ଟ ଲୋକେସନ୍ ରହିଥିଲା । ସୌରଭଙ୍କୁ ଅପହରଣ କରାଯାଇଛି ନା ସେ କେଉଁଆଡେ ଚାଲିଯାଇଛନ୍ତି ଏବେ ତାର ତଦନ୍ତ ଚାଲିଛି ।
ଆହୁରି ପଢନ୍ତୁ : ନୌସେନା ଚାକିରିକୁ ଯିବା ବେଳେ ନିଖୋଜ ହୋଇଗଲେ ସୌରଭ