Categories: ରାଜ୍ୟ

ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ଶ୍ରେଷ୍ଠ ବିଧାୟକ ସମ୍ମାନ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୨୪ ତାରିଖ ଦିନ ୧୧ଟା ସମୟରେ ବିଧାନସଭା ପରିସରରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହେବ। ୨୦୦୯ରୁ ୨୦୧୬ ଯାଏଁ ୮ ବର୍ଷ ପାଇଁ ଏକକାଳୀନ ୨୪ ଜଣଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ବିଧାନସଭା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି।

ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ପାଇଁ ଭଲ କାର୍ୟ୍ୟ, ବିଧାନସଭାରେ ଉପସ୍ଥାନ ଓ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ । ଏକକାଳୀନ ୨୦୦୯ରୁ ୨୦୧୬ ଯାଏଁ ୮ ବର୍ଷ ପାଇଁ ୨୪ ଜଣଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯିବ । ସେମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୁଦନ ଦାସ ସମ୍ମାନ ଦିଆଯିବ । ୨୦୦୯ ମସିହା ପାଇଁ ବିଷ୍ଣୁଚରଣ ଦାସ, ୨୦୧୦ ମସିହା ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ ପାଇଁ ପ୍ରଫୁଲ ମାଝୀ, ୨୦୧୩ ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ପ୍ରମିଳା ମଲ୍ଲିକ, ୨୦୧୫ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ପାଇଁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ପ୍ରଦାନ କରାଯିବ ।

ଆହୁରୀ ପଢ଼ନ୍ତୁ : କେରଳ ବନ୍ୟା ପୀଡ଼ିତାଙ୍କୁ ଓଡ଼ିଶା ଆଇଏଏସ ଅଫିସରଙ୍କ ସହାୟତା

ସେହିପରି ୨୦୦୯ ମସିହା ପାଇଁ ସୁରେନ୍ଦ୍ର ନାଥ ନାୟକ, ୨୦୧୦ ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ ଓ ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପାଇବେ । ସେହିପରି ୨୦୧୪ ପାଇଁ ରାଜେନ୍ଦ୍ର ଢୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ର ନାଥ ପରମାଣିକ, ୨୦୧୬ ପାଇଁ ଚକ୍ରଧର ପାଇକଙ୍କୁ ମିଳିବ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ । ଏହାବ୍ୟତୀତ ୨୦୦୯ ମସିହା ପାଇଁ ସଂଜୟ କୁମାର ଦାସବର୍ମା, ୨୦୧୦ ପାଇଁ ପ୍ରୀତିରଂଜନ ଘଡ଼ାଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାସ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି ,୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ ପାଇଁ ପ୍ରଦୀପ ପୁରୋହିତଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ ପାଇବେ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

9 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

11 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

17 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

26 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

26 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

44 mins ago