ରାଜ୍ୟ

ବାହାଘର ସ୍ୱପ୍ନ ଭାଙ୍ଗିଗଲା, ପ୍ରେମ ଓ ପ୍ରତାରଣାର ଶିକାର ଯୁବତୀ ଏବେ ସାତ ମାସର ଗର୍ଭବତୀ

ଆଠଗଡ଼ (କେ ନ୍ୟୁଜ୍‌) : ରାସ୍ତା କଡ଼ରେ ବସି କାନ୍ଦୁଥିଲେ ଯୁବତୀ ଜଣକ । କିଛି ଯୁବକ ତାଙ୍କୁ ଦେଖି ଜଣେ ସମାଜସେବୀଙ୍କୁ ଯୋଗାଯୋଗ କଲେ । ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର ପହଞ୍ଚି ଝିଅଟିକୁ ଉଦ୍ଧାର କରିବା ପରେ ଜଣାପଡ଼ିଲା ତାଙ୍କ କାନ୍ଦିବାର କାରଣ । ତାଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି । ଜଣେ ବିବାହିତ ଲୋକର ପ୍ରେମରେ ପଡ଼ି ଏବେ ସେ ଗର୍ଭବତୀ । କୁଆଡ଼େ ଯିବେ କଣ କରିବେ କିଛି ବୁଝି ପାରୁନାହାନ୍ତି । ଆଶ୍ୱସ୍ତି ଫାଉଣ୍ଡେସନ୍‌ର ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ଘଟଣା କିଛି ଏମିତି, ଆଠଗଡ଼ ରାଜନଗର ପଞ୍ଚାୟତର ରାଜନଗର ଗାଁରେ ଅଶୋକ ଦାସ ନାମକ ଜଣେ ଯୁବକଙ୍କ ଘର । ଅଶୋକ ପୁରୀ ଅଠରନଳା ଅଞ୍ଚଳରେ ଜଣେ ଡ୍ରାଇଭର୍‌ ଭାବେ କାମ କରନ୍ତି । ସେହି ଅଞ୍ଚଳରେ ରହୁଥିଲେ ଏହି ଅନାଥ ଯୁବତୀ ଜଣକ । ଯାହାଙ୍କ ସହ ଅଶୋକର ପ୍ରେମ ସମ୍ପର୍କ ଓ ପରେ ଶାରୀରିକ ସମ୍ପର୍କ ହେଲା । ଯେତେବେଳେ ଯୁବତୀ ଜଣକ ଗର୍ଭବତୀ ହେଲେ ବାହା ହେବା ପାଇଁ ଦାବି କଲେ । ନିକଟସ୍ଥ ଏକ କାଳୀ ମନ୍ଦିରରେ ଅଶୋକ ଯୁବତୀ ଜଣକୁ ବାହା ହୋଇଗଲେ । ପରେ ଯୁବତୀଙ୍କୁ ଖୁଣ୍ଟୁଣୀ ଓ ଜଗତପୁର ଅଞ୍ଚଳରେ ଭଡ଼ା ଘରେ ରଖିଥିଲେ । ଶେଷରେ କଟକରେ ଛାଡ଼ି ଅଶୋକ ନିଜ ଗାଁକୁ ପଳାଇଥିଲେ । ପରେ ବହୁ କଷ୍ଟରେ ଅଶୋକର ଠିକଣା ଖୋଜି ପୀଡ଼ିତା ଜଣକ ତାଙ୍କ ଗାଁ ରାଜନଗରରେ ପହଞ୍ଚିଥିଲେ । ଅଶୋକଙ୍କ ଘରେ ପହଞ୍ଚି ଜାଣିବାକୁ ପାଇଲେ ଯେ ତାଙ୍କୁ କାଳୀ ମନ୍ଦିରରେ ବିବାହ କରିଥିବା ଏବଂ ତାଙ୍କୁ ସାତ ମାସର ଗର୍ଭବତୀ କରିଥିବା ଅଶୋକ ପୂର୍ବରୁ ବିବାହିତ ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଅଶୋକଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ବାହାଘରର ସବୁ ତଥ୍ୟ ପ୍ରମାଣ ଛଡ଼ାଇ ନେଇ ପୋଡ଼ି ଦେଇଥିଲେ । ପରେ ସେ ଅସହାୟ ଅବସ୍ଥାରେ ରାଜନଗର ଛକରେ ବସି କାନ୍ଦୁଥିବା ବେଳେ ତାଙ୍କୁ ଯୁବକମାନେ ଉଦ୍ଧାର କରି ସମାଜସେବୀଙ୍କୁ ସୂଚନା ଦେଇଥିଲେ । ଏବେ ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago