ଗଭୀର ସମୁଦ୍ରରୁ ବୋଟ ସହ ୧୪ ଅଟକ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗୁଆ ଜବତ

ପାରାଦୀପ : ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ ଅନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହ ଜନକ ଅବସ୍ଥାରେ ବୋଟକୁ ଜବତ କରାଯାଇଛି । ବୋଟ କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଂଲାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ। ବୋଟର ନାମ ମା ବାସନ୍ତୀ ହୋଇଥିବା ବେଳେ, ବୋଟ ରେ ଅଛନ୍ତି ୧୪ ଜଣ ବ୍ୟକ୍ତି।

ସେମାନେ ଓ୍ବେଷ୍ଟବେଙ୍ଗଲ ଜଳସୀମା ରୁ ବାଙ୍ଗଲାଦେଶ ଜଳସୀମାକୁ ସନ୍ଦିଗ୍ଧ ଅବସ୍ଥାରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ କୋଷ୍ଟଗାର୍ଡ ର ଜାହାଜ ଆଇଏନ ଏସ୍ ଭରଦ ସେମାନଙ୍କୁ ଧରିଥିଲା। ବୋଟକୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କୋଷ୍ଟଗାର୍ଡ ବୋଟକୁ ପାରାଦ୍ଵୀପ ବନ୍ଦର କୁ ଅଣାଯାଇଛି ।

ଅଟକ ବ୍ୟକ୍ତି ମାନଙ୍କୁ ପଚରାଉଚରା ଜାରି ରହିଛି। ସେମାନେ ଏହି ଗୁଆ କୁ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ଆଗରୁ କେତେଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି କୋଷ୍ଟଗାର୍ଡ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି।