ପୋଷ୍ଟାଲ ଜମାକାରୀଙ୍କ ଟଙ୍କା ହଡପ ମାମଲା: ଭଦ୍ରକ ଆହାରପଦା ଶାଖା ପୋଷ୍ଟମାଷ୍ଟରଙ୍କୁ ୭ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଦଣ୍ଡାଦେଶ

ଭଦ୍ରକ: ପୋଷ୍ଟାଲ ଜମାକାରୀଙ୍କ ଟଙ୍କା ହଡପ ମାମଲାରେ ଭଦ୍ରକ ଜିଲ୍ଲା ଆହାରପଦା ଶାଖା ପୋଷ୍ଟମାଷ୍ଟରଙ୍କୁ ୭ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । ଆହାରପଦା ପୋଷ୍ଟ ଅଫିସର ୧୮୫ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ତତକାଳିନ ଶାଖା ପୋଷ୍ଟମାଷ୍ଟର କମଳାକାନ୍ତ ନାୟକ ।

ଗତ ୨୦୧୬ ମସିହାରେ ତତ୍କାଳିନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧିନସ୍ତ ଆହାରପଦା ଶାଖା ପୋଷ୍ଟ ଅଫିସରେ ବ୍ୟାପକ ଅର୍ଥିକ ଅନିୟମିତତା ଦେଖା ଦେଇଛି । ତେଣୁ ସେ ସେତେବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଥାନା ରେ ପୋଲିସ ଏକ ମାମଲା ରୁଜୁ କରିଥିଲା ଓ ତଦନ୍ତ ବେଳେ ୨୦୧୬ ଅଗଷ୍ଟ ୨୩ ତାରିଖରେ କମଳାକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହି ଦିନରୁ ସେ ବିଚାରାଧିନ ବନ୍ଦୀ ଭାବେ ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.