ଭଦ୍ରକ ଆଖଣ୍ଡଳମଣିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ , ସେବାୟତଙ୍କୁ ଏସିଡ୍ ମାଡ଼

ଭଦ୍ରକ : ଭକ୍ତଙ୍କୁ ନେଇ ଦୁଇଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳରୁ ଆକ୍ରମଣ ହେବାପରେ ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଏସିଡ୍ ମାଡ଼ ହୋଇଛି। ଘଟଣାରେ ଏଥିରେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଳରେ ଭର୍ତ୍ତି କରାଯାଇଛି । ୨ ଜଣ ସେବାୟତଙ୍କୁ ଅଟକ ରଖିଛି ଧୁଷୂରୀ ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ ଭକ୍ତଙ୍କୁ ନେଇ ଦୁଇ ସେବାୟତ ଦଇତାରୀ ପାଢୀ ଓ ଚୁମୁକି ପାଢୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଢଗଡ଼ା ଅଧିକ ହେବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା। ପରେ ଏସିଡ ମାଡ କରାଯାଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.