ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟିଲା ବସ୍; ଜଣେ ମୃତ, ୧୦ ଆହତ
ଭଦ୍ରକ: ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବସ୍, ଜଣେ ମୃତ । ଭଦ୍ରକ -ଆନନ୍ଦପୁର ରାଜ୍ୟ ରାଜପଥ ବନ୍ତ ନିକଟରେ ଦୁର୍ଘଟଣା ଘଟିଛି । ଅରୁପା ନନ୍ଦ ନାମକ ଏକ ଘରୋଇ ବସ ଭଦ୍ରକରୁ ଆନନ୍ଦପୁର ଯାଉଥିବାବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।