ଆକ୍ସନ ମୋଡରେ ଜିଲ୍ଲାପାଳ, ରାତିଅଧରେ ସରପ୍ରାଇଜ ଭିଜିଟ୍

ଭଦ୍ରକ : ଆକ୍ସନ ମୋଡରେ ଜିଲ୍ଲାପାଳ।  ରାତିଅଧରେ ସରପ୍ରାଇଜ ଭିଜିଟ୍। ଗତକାଲି ବିଳମ୍ବିତ ରାତିରେ ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ।  କିପରି ଚାଲୁଛି ରୋଗୀସେବା ତାର ବାସ୍ତବ ସ୍ଥିତି ବୁଲି ଦେଖିଥିଲେ ।

ରାତିରେ ଡାକ୍ତର ରହୁନଥିବା ଜାଣିବା ପରେ ଅଚାନକ ଗସ୍ତ କରିଥିଲେ।  ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତର ନ ଥିବା ଜାଣି ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।  ସମ୍ପୃକ୍ତ ଡାକ୍ତରଙ୍କୁ ସୋ’ କଜ ନୋଟିସ ଜାରି କରିବାକୁ CDMOଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗତ କିଛି ଦିନ ହେବ ମା ଓ ଶିଶୁ ମାନଙ୍କ ଚିକିତ୍ସା ପାଇଁ ଉଦିଷ୍ଟ MCH ରେ ଡାକ୍ତର ରାତିରେ ରହୁନଥିବା ଅଭିଯୋଗ ହୋଇ ଆସୁଥିଲା ।  ଗତ ୩ ତାରିଖରେ ଚାଷୀ ବେଶରେ ମଣ୍ଡି ବୁଲି ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ ।

Also read: ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ, ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ