ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ବସ ସିଣ୍ଡିକେଟର କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟ ହସ୍ତାନ୍ତର କରାଯାଇଛି । ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟକୁ ନେଇ ୨୦୨୦ ମସିହାରୁ ବିବାଦ ଦେଖାଦେଇଥିଲା । ପରେ ୨୧ ମାର୍ଚ୍ଚ ୨୦୨୧ରୁ ସିଣ୍ଡିକେଟ କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ବିବାଦ ସହ ଆଇନଗତ ମାମଲା ମଧ୍ୟ ଆରମ୍ଭ ହୋଇଥିଲା ।
ଏବେ ଭଦ୍ରକ ତହସିଲଦାର ପ୍ରାୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ତହସିଲଦାର ଓ ଭଦ୍ରକ ଟାଉନ ଥାନାଧିକାରୀ ବିରେନ୍ଦ୍ର ସେନାପତି ଙ୍କ ଉପସ୍ଥିତିରେ ସିଣ୍ଡିକେଟ କାର୍ଯ୍ୟାଳୟର ତାଲା ଭଙ୍ଗାଯାଇ ସିଣ୍ଡିକେଟ କାର୍ଯ୍ୟକର୍ତାଙ୍କୁ ହସ୍ତାନ୍ତର କରାଯାଇଛି । ଫଳରେ ବସ ସିଣ୍ଡିକେଟ କର୍ମକର୍ତ୍ତା ମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି । ସିଣ୍ଡିକେଟ ପରିସର ରେ ପୋଲିସ ମୃତୟନ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।