ଭଦ୍ରକ(କେନ୍ୟୁଜ୍): ଚଳିତ ମୌସୁମୀ ସିଜିନରେ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୨୦ ତାରିଖ ଭିତରେ ଭଦ୍ରକ ଜିଲ୍ଲାରେ ମୋଟ୍ ୮୩୬ ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଯାହାକି ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୧୮ ପ୍ରତିଶତ କମ୍ ।
ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରୀପୋଖରୀ ବ୍ଲକରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି । ବନ୍ତ, ଭଦ୍ରକ, ତିହିଡି ଓ ଧାମନଗର ବ୍ଲକରେ ରେକର୍ଡ ହୋଇଛି ନିଅଣ୍ଟିଆ ବୃଷ୍ଟିପାତ ।