ଭଦ୍ରକ: ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ହେବ ସ୍ୱତନ୍ତ୍ର ନୀତିକାନ୍ତି ।ଭଦ୍ରକ ବ୍ଲକ ଆହାର ପଦାରେ ସାଳନ୍ଦୀ ନଦୀ କୂଳରେ କାହିଁ କେଉଁକାଳରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । ଆଜି ପ୍ରଥମ ଦିନରେ ବେଦମାତା ବେଶ, ପରଦିନ ମହାକାଳୀ ବେଶ, ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ବତୀ ବେଶ ଓ ଶେଷ ଦିନରେ ମହଲଷ୍ମୀ ବେଶରେ ଦର୍ଶନ ଦେବେ।
ପ୍ରତ୍ୟେକ ଦିନର ବେଶରେ ସ୍ୱତନ୍ତ୍ରତା ରହିଛି। ଅନ୍ତିମ ଦିବସରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମହାକାଳୀ ବେଶରେ ଦର୍ଶନ ଦିଅନ୍ତି । ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।.