ଝିଅକୁ ଆକ୍ରମଣ ପରେ ଜୀବନ ହାରିଲା ବାପା, ଗୁରୁତର ଝିଅକୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର

ଚାନ୍ଦବାଲି: ଝିଅକୁ ମରଣାନ୍ତକ ଆକ୍ରମଣ କରିବା ପରେ ଜୀବନ ହାରି ଦେଇଛି ବାପା । ଏଭଳି ଏକ ଅଭାବନୀୟ ଘଟଣା ଚାନ୍ଦବାଲି ବାଂଶଡ଼ା ଥାନା ତୋଟାପଡ଼ା ହରିଜନ ସାହିରେ ଘଟିଯାଇଛି । ଝିଅକୁ ନିର୍ମମ ଭାବରେ ଆକ୍ରମଣ କରିଛି ଜନ୍ମଦାତା ପିତା । ଏହା ପରେ ବାପା ସୁରେନ୍ଦ୍ର ଜେନା ନିଜ ଜୀବନ ହାରି ଦେଇଛି ।
ଘରେ ବାପା ଓ ଝିଅ ରହୁଥିଲେ । ସୂଚନା ଅନୁସାରେ କିଛି ମାସ ହେବ ଝିଅର ମାଆ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା କୁହା ଯାଉଛି । ଗୁରୁତର ଅବସ୍ଥାରେ ଝିଅକୁ ତିହିଡି ମେଡିକାଲ କୁ ନିଆଯାଇଥିଲା ପରେ ସେଠାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Also read: ସ୍କୁଲ ନଯିବାକୁ ନେଇ ଗାଳି ଦେଲେ ବାପା, ରାଗରେ ଜୀବନ ହାରିଲା ପୁଅ