ରାଜ୍ୟ

ଜୀବନ ସହ ସଂଗ୍ରାମ କରୁଛନ୍ତି ରାଧାକାନ୍ତ, ସୁଆଇ ଦେଉନି କିଡନୀ ରୋଗ

ମୋତେ ଭଲ କରିଦିଅନ୍ତୁ ଆଜ୍ଞା। ମୁଁ ଆଉ ଏ ଅସହ୍ୟ କଷ୍ଟ ସହିପାରୁନି। ଛାତି ଯନ୍ତ୍ରଣା ହେଉଛି, ଦେହ ଫୁଲିଯାଉଛି ଆଉ ଭାରି ବିନ୍ଧା ଛିଟିକା କରୁଛି। ଜୀବନ ଦେଲ ତ ପୁଣି ଏମିତିକା କାହିଁକି ପ୍ରଭୁ। ମୁଁ ଗରିବ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ ବୋଲି କଣ ସବୁ କଷ୍ଟ ମୋତେ ଅଜାଡିଦେବ। ମନ ଭିତରେ ଇଶ୍ୱରଙ୍କ ଉପରେ ଏପରି ଅନେକ ଅଭିମାନ ରଖି କାନ୍ଦି ପକାଉଛନ୍ତି ରାଧାକାନ୍ତ। ସମୟ ସହିତ ବି ଦାଉ ସାଧନ୍ତି ଦଇବ। ଯିଏ ଗରିବ ତାପାଖରେ ବେଶି ରୋଗ।  କିଡନୀ ଆଉ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ କରୁଛନ୍ତି ସଂଗ୍ରାମ ରାଧାକାନ୍ତ ମହାଳିକ। ଅତ୍ୟନ୍ତ ଗରିବ ଆଉ ଅଭାବୀ ପରିବାରର ରାଧାକାନ୍ତ ବଞ୍ଚିବା ପାଇଁ କରୁଛନ୍ତି ଜୀବନ ସହ ସଂଘର୍ଷ। ହେଲେ ଚିକିତ୍ସା ତ ଦୂରର କଥା ଔଷଧ ଟିକିଏ ଖାଇବା ପାଇଁ ତାଙ୍କ ପାଖରେ ପଇସାଟିଏ ନାହିଁ। ଏଭଳି ପରିସ୍ଥିତିରେ ପୁରା ପରିବାର ବେସାହାରା ହୋଇ ପଡିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡ଼କ ପଂଚାୟତ ଖରଦାପାଟଣା ଗାଁରେ।

ଏହି ଗାଁର ରାଧାକାନ୍ତ ମହାଳିକ ନାମକ ଜଣେ ଗରିବ ଦିନ ମଜୁରିଆ ପ୍ରଥମେ ପେଟ ଜନିତ ରୋଗରେ ଆକ୍ରାନ୍ତ ହେଲେ। ଏଥିରୁ ଉପଷମ ପାଇଁ ଅପରେସନ ବି ହେଲା। କିନ୍ତୁ ଏବେ ଗତ ଏକ ବର୍ଷ ହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି ସେ। ମୂଲ ମଜୁରୀ ଲାଗି ଯାହା ଦି ପଇଦସା ଆଣନ୍ତି ସେଥିରେ ତାଙ୍କ ଅଭାବୀ ପରିବାର ଦୁଃଖ କଷ୍ଟରେ ଚଳିଯାନ୍ତି। କିନ୍ତୁ ଏବେ କିଡନୀ ରୋଗରେ ଆକ୍ରାନ୍ତ ହେବା ପରଠାରୁ କୌଣସି କାମ ଧନ୍ଦା କରି ପାରୁନାହାନ୍ତି। ଫଳରେ ତାଙ୍କ ରୋଜଗାରର ବାଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

ରାଧାକାନ୍ତଙ୍କ ବୟସ 56 ବର୍ଷ। ଜମିବାଡ଼ି ବୋଲି କିଛିବି ନାହିଁ। ଘରବାଡ଼ି କହିଲେ ମାତ୍ର ୪ ଡିସମିଲି ଜାଗା। ସ୍ତ୍ରୀ ଓ ପୁଅ ସହିତ ଭଙ୍ଗା କୁଡ଼ିଆରେ ରହିବା ପରେ ଏବେ ଆବାସ ଯୋଜାନାରେ ଘର ଖଣ୍ଡିଏ କରିଛନ୍ତି ସତ, କିନ୍ତୁ ପାଖରେ ଟଙ୍କା ନାହିଁ ବୋଲି କବାଟ ଝରକା ଲଗାଇ ପାରୁନାହାଁନ୍ତି। ତେବେ ଅଭାବୀ ସଂସାର ଭିତରେ ଦାଉ ସାଜିଲା ରୋଗ। ଗତ ୨୦୧୭ ମସିହାରେ ପେଟ ରୋଗ ଓ ଷ୍ଟୋନ ହେବା ଯୋଗୁ ସେ ଏକଦମ୍‌ ଶଯ୍ଯାଶାୟୀ ହୋଇ ପଡ଼ିଥିଲେ। ତେଣୁ ଗାଁ ଲୋକମାନେ ସାହାଯ୍ଯ କରି ତାଙ୍କୁ ଅପରେସନ କରାଇ ଥିଲେ। କିନ୍ତୁ ଏକ ବର୍ଷ ପରେ କୀଡୀନି ଏବଂ ଲିଭର ଜନିତ ରୋଗରେ ଆକ୍ରାନ୍ତ ହେଲେ ରାଧାକାନ୍ତ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ପୁରା ଦେହ ଫୁଲି ଯାଉଛି ଓ ଭୀଷଣ ବିନ୍ଧା ହେଉଛି। ଔଷଧ ଖାଇଲେ କିଛି ମାତ୍ରାରେ କମୁଛି ନ ହେଲେ ବିଛଣାରେ ପଡିରହୁଛନ୍ତି।

ରାଧାକାନ୍ତ ଙ୍କର ଏପରି ଅବସ୍ଥାରେ ପୁରା ପରିବାର ହତାଶ। ରୋଗାକ୍ରାନ୍ତ ରାଧାକାନ୍ତ ଏବେ କାମ ଧନ୍ଦା କରି ପାରୁ ନ ଥିବାରୁ ରୋଜଗାର ବି ବନ୍ଦ। ମାତ୍ର ୧୦ କିଲୋ ଚାଉଳ ହିଁ ତାଙ୍କ ପରିବାରର ସାହା ଭରସା। ସେଥିରେ ସଉଦା କିଣିବା ପାଇଁ ବି ପଇସା ନାହିଁ। ଏପରି ଅବସ୍ଥାରେ ତାଙ୍କ ଯୁକ୍ତ ୨ ପାଠ ପଢୁଆ ପୁଅ ଆଉ ପାଠା ପଢିବା ପାଇଁ ଯିବା ବି କଷ୍ଟକର ହୋଇ ପଡିଛି। ରାଧାକାନ୍ତଙ୍କ ଯନ୍ତ୍ରଣା ଦଗ୍ଧ ଜୀବନ ଏବେ ତାଙ୍କ ସ୍ତ୍ରୀ ଓ ପୁଅକୁ ହତାଶ କରିଦେଇଛି। ଯଦି କେହି ବଦାନ୍ଯ ବେକ୍ତି ଆଖ ପାଖ ଗାଁ ରୁ ଖବର ପାଇ କିଛି ଦେଲା ତେବେ ଔଷଧ ଆଣୁଛନ୍ତି ନଚେତ ନାହିଁ। ପୂର୍ବରୁ କଟକ ଯାଉଥିଲେ ଚିକିତ୍ସା ପାଇଁ କିନ୍ତୁ ଏବେ ଟଙ୍କା ଅଭାବରୁ ସେଠାକୁ ବି ଯାଇ ପାରୁନାହାଁନ୍ତି।

ଦିନକୁ ଦିନ ରାଧାକାନ୍ତଙ୍କ ଜୀବନ ଆହୁରି ଦୁର୍ବିସହ ହେବାରେ ଲାଗିଛି। ତେଣୁ ତାଙ୍କ ଚିକିତ୍ସା ପାଇଁ ସରକାର କିଛି ସହାୟତା କରିବାକୁ ରାଧାକାନ୍ତ ଓ ତାଙ୍କ ସ୍ତ୍ରୀ। ସରକାର ଓ ସ୍ଥାନୀୟ ପ୍ରଶାସନ ଏବଂ ବଦାନ୍ଯ ବ୍ୟକ୍ତି ରାଧାକାନ୍ତଙ୍କୁ ଆର୍ଥିକ ସହାୟତା କଲେ ସେ କିଛି ମାତ୍ରାରେ ଆସସ୍ତି ପାଇ ପାରନ୍ତେ ବୋଲି ଗ୍ରାମବାସୀ ଓ ସ୍ୱେଛାସେବୀ ମାନେ ନିବେଦନ କହିଛନ୍ତି। ତେବେ ଏ ସମ୍ପର୍କରେ ଭଦ୍ରକ ସି ଡିଏମଓଙ୍କୁ ଆମ ଟିମ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କ ଗ୍ରାମକୁ ସ୍‌ୱାସ୍ଥ୍ୟ କର୍ମୀ କିମ୍ବା ସ୍ଥାନୀୟ ଡାକ୍ତରଙ୍କୁ ପଠାଇ ତାଙ୍କ ଅବସ୍ଥା ଦେଖିବା ସହିତ ଆବଶକୀୟ ସହାୟତା ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ଲେଖିବୁ ବୋଲି କହିଛନ୍ତି ସେ।

ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ରାଧାକାନ୍ତଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାଉଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ।

ରାଧାକାନ୍ତ ମହାଳିକ
ସାହି :ଖରଦା ପାଟଣା
ପୋଷ୍ଟ :ବୋଡ଼କ
ଭାୟା :ଗୁଆମାଳ
ଜିଲ୍ଲା :ଭଦ୍ରକ.
ପିନ :756163
A/C NO :32843023759
IFSC :SBINOO12063
STATE BANK OF INDIA
TIHIDI BRANCH

Pritiparna

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

8 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

26 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

28 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago