ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜାରକା ନିକଟରେ କାର୍‌କୁ ଧକ୍କା ଦେଲା ଟ୍ରକ୍

ଭଦ୍ରକ(କେନ୍ଯୁଜ୍): ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ବିଧାୟକ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବାବେଳେ ଜାରକା ନିକଟରେ ଦୁର୍ଘଟଣା ଘଟିଥିଲା। ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା। ତେବେ ବିଧାୟକ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗାଡିର ସାମ୍ନା ପଟ ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଧାମନଗର ଭଗବାନପୁରଠାରେ ଅନୁଷ୍ଠିତ ହେଉଥିବା ଛାତ୍ର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିଲେ ବିଧାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.