ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ୨ ଚୋର ଗିରଫ, ୧୦ଟି ବାଇକ୍‌ ଜବତ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ୨ ଚୋର ଗିରଫ । ସେମାନଙ୍କ ନିକଟରୁ ୧୦ଟି ବାଇକ୍‌ ଜବତ ହୋଇଛି। ଗିରଫ ଦୁଇ ଯୁବକ ହେଲେ ଚରମ୍ପା ରେଳବାଇ କଲୋନୀର ରଞ୍ଜନ ପାତ୍ର ଓ ଗେଲପୁର ଅଞ୍ଚଳର ବିଜୟ ଜେନା । ଏମାନେ ଗତ କିଛିମାସ ହେବ ଜିଲ୍ଲାର ବିଭିନ୍ନ ଅଂଚଳରୁ ବାଇକ୍‌ ଚୋରି କରୁଥିଲେ ।

ବାଇକ୍‌ ମାଲିକଙ୍କ ଏତଲାକୁ ଭିତ୍ତି କରି ତଦନ୍ତ କରୁଥିଲା ଗ୍ରାମାଞ୍ଚଳ ପୋଲିସ । ରଞ୍ଜନ ପାତ୍ର ଚୋରିର ମାଷ୍ଟର ମାଇଣ୍ଡ । ଚୋରିରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା କହିଛନ୍ତି ଭଦ୍ରକ ଡିଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.