ରାଜ୍ୟ

୩ଟି ପୁଅ ଥାଇବି ଅଲୋଡା ଏହି ବାପା ମାଆ, ଦୁଃଖ ଦେଖିଲେ ଆଖିରେ ଆସିଯିବ ଲୁହ

ଚାନ୍ଦବାଲି (କେନ୍ୟୁଜ) : ବାପା-ମାଆ, ଏମାନେ ଏମିତି ଯାହାକୁ ଆମେ କୌଣସି ବି ମୂଲ୍ୟ ଦେଇ କିଣିପାରିବାନି। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆ ମିଳିପାରିବେନି। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ ବିନା ସ୍ୱାର୍ଥରେ ନିଜ କର୍ତ୍ତବ୍ୟକୁ ତୁଲାଇଥାନ୍ତି। ଆଉ ବଦଳରେ ଟିକିଏ ଆଶା କରିଥାନ୍ତି ବୃଦ୍ଧ କାଳେ ଏମାନଙ୍କ ପିଲାମାନେ ଏମାନଙ୍କ କଥା ବୁଝିବେ, ଯତ୍ନ ନେବେ, ଝୁଣ୍ଟି ପଡିଲେ ବୋଉ କଣ ହେଲା ପଚାରିବେ। କାଶିଦେଲେ ବାପା ଔଷଧ ଖାଇଦିଅ ବୋଲି କହିବେ। କିନ୍ତୁ ବାପା ମାଆଙ୍କର ଏହିସବୁ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଗଲା। ବଡ ହୋଇଗଲା ପରେ ମୁଣ୍ଡକୁ ହାତ ପାଇଗଲା ପରେ ବାପା ମାଆ କିଏ ବୋଲି ଭୁଲିଯାଉଛନ୍ତି ପୁଅ ଝିଅମାନେ।

ଏବେ ବି ଆମ ସମାଜରେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ଆଉ ଆପଣ ବି ଭାବିବେ ସତରେ କଣ ନିଜ ରକ୍ତ ଏମିତି ସ୍ୱାର୍ଥପର ହୋଇପାରେ। ହଁ ଆଜ୍ଞା ଆମେ ଆଜି ଯେଉଁ ଦୃଶ୍ୟ ଆପଣ ମାନଙ୍କୁ ଦେଖାଇବୁ ତାକୁ ଦେଖିଲେ ସବୁ ବାପା ମାଆଙ୍କର ପୁଅ ଉପରେ ଭରଷା ତୁଟିଯିବ। ତିନି ତିନିଟା ପୁଅ , ସମସ୍ତେ ରୋଜଗାରିଆ । ହେଲେ ଅଲୋଡା ଓ ଅବହେଳିତ ଏହି ବାପା , ମାଆ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ଷଣ୍ଢଗଡା ଗାଁର ୭୦ବର୍ଷର ବୃଦ୍ଧ ଯଦୁମଣୀ ପରିଡା । ଶରୀରର ବାମ ପାଖ ହାତ ଓ ଗୋଡ ପାରାଲିସିସ । ଦେହରେ ଆଉ ବଳ ନାହିଁ । ତେଣୁ ଚଲାବୁଲା କରିବା ଭାରି କଷ୍ଟ ହୋଇପଡୁଛି । କିଛି ବାଟ ଆଶାବାଡି ସାହାର୍ଯ୍ୟରେ ଗୋଟିଏ ଗୋଟିଏ ଚାଲିପାରୁଛନ୍ତି। ଆଉ ଏ ହେଉଛନ୍ତି ଯଦୁମଣୀଙ୍କ ପତ୍ନୀ ପାକ ପରିଡା । ବୟସ ୬୫ । ତାଙ୍କର ମଧ୍ୟ ଶରୀରର ବାମ ପାଖ ପାରାଲିସସ ଯୋଗୁ ସମ୍ପୂର୍ଣ୍ଣ ଅଚଳ । ତେଣୁ ଗୋଟିଏ ଜାଗାରେ ବସି ରହୁଛନ୍ତି। ନାଁ ଚଲାବୁଲା କରିପାରୁଛନ୍ତି ନାଁ ନିଜେ ଉଠିବସି ପାରୁଛନ୍ତି। ଉଠିବାକୁ ହେଲେ ଅନ୍ୟ ଲୋକର ସାହାଯ୍ୟ ଦରକାର ପଡୁଛି। ଏହି ବୃଦ୍ଧ ଦମ୍ପତି ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି। ପାଖରେ ଟଙ୍କା କି ଲୋକ ବଳ ନଥିବାରୁ ମେଡିକାଲ ନଜାଇ ଘରେ ରହି ରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

ଏହି ବୃଦ୍ଧ ଦମ୍ପତିଙ୍କର ତିନି ତିନିଟା ପୁଅ ଓ ଗୋଟିଏ ଝିଅ । ପୁଅ ଜନ୍ମ କରି ଦୁଃଖ କଷ୍ଟ ସହି ବଡ କଲେ । ଓଳିଏ ଖାଇ ନିଜେ ଓଳିଏ ଓପାସ ରହି ପୁଅ ମାନଙ୍କୁ ପାଠ ପଢାଇଲେ । ହେଲେ ପୁଅ ରୋଜଗାରକ୍ଷମ ହେଲା ପରେ ବିବାହ ହୋଇ ନିଜ ସ୍ତ୍ରୀଙ୍କୁ ଧରି ବିଦେଶରେ ରହିଲେ । ବୁଢା ବାପା , ମାଆକୁ ଭୂଲିଗଲେ । ଯେଉଁ ସମୟରେ ପୁଅ ବାପା, ମାଆଙ୍କୁ ପୋଷିବା ସହ ଯତ୍ନ ନେବା କଥା ସେ ସମୟରେ ପୁଅ ପାଖରେ ନାହିଁ । ବାପା , ମାଆ ଖାଇଲେ କି କିପରି ରହିଲେ ବୁଝିବାର ନାହିଁ । ପୁଅ ପାଖରେ ନଥିବାରୁ ବୃଦ୍ଧ ଦମ୍ପତି ଏବେ ରୋଗାଗ୍ରସ୍ତ । ନିଜର ଝିଅ କେତେବେଳେ କେମିତି ଆସି ବାପା-ମାଙ୍କ ସେବା କରୁଛି । ଘରର ଅବସ୍ଥା ମଧ୍ୟ ଭଲନୁହେଁ । ନୁଆଣିଆ ଚାଳ ଛପର ଘର ।

ବୃଦ୍ଧ ଓ ବୃଦ୍ଧାକୁ ସରକାରଙ୍କ ତରଫରୁ ମେଡିକାଲ ନେଇ ଚିକିତ୍ସା କରିବା ସହ ପକ୍କା ଘର ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ତାହାସହ ଯଦି କେହି ସହୃଦୟ ବ୍ୟକ୍ତି କି ସଂଗଠନ ଏହି ଅସହାୟ ବୃଦ୍ଧ ଦମ୍ପତିକୁ ସାହାଯ୍ୟ କରନ୍ତେ ତେବେ କିଛି ମାତ୍ରାରେ ଦୁଃଖ ଲାଘବ ହୋଇପାରନ୍ତା।

Pritiparna

Recent Posts

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

11 mins ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

17 mins ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

17 mins ago

SGPGI ଲକ୍ଷ୍ନୌରେ ଚାକିରି ସୁଯୋଗ, ୨୫ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ

ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଲକ୍ଷ୍ନୌରେ ବହୁତ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ…

35 mins ago

ଆମେରିକା: ଫୁଡ୍‌ କୋର୍ଟରେ ୩ ଜଣଙ୍କୁ ଆଖିବୁଜା ଗୁଳି, ପୋଲିସ କାର୍ଯ୍ୟାନୁଷ୍ଠାନରେ ବନ୍ଧୁକଧାରୀ ଆହତ

ଆମେରିକାର ଅଟଲାଣ୍ଟା ସହରରେ ଏକ ଫୁଡ୍‌ କୋର୍ଟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ ମଙ୍ଗଳବାର ଅପରାହ୍ନରେ ଏକ ବନ୍ଧୁକଧାରୀ…

37 mins ago

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେପି ସରକାରର ଶପଥ ଗ୍ରହଣ ସମାରୋହ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…

52 mins ago