ପୁଣି ଭଦ୍ରକରେ ନାଗ ଛୁଆ ଉଦ୍ଧାର
ଭଦ୍ରକ: ଚାନ୍ଦବାଲି ବ୍ଲକ ମହୁଲିଆ ଗାଁରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ସେମାନଙ୍କୁ ଗାଁ ଲୋକେ କ୍ଷୀର ଦେଇ ପୂଜା କରୁଛନ୍ତି। ସୂଚନା ଅନୁଯାୟୀ ଗାଁର ଗୋବର୍ଦ୍ଧନ ରାଉଳଙ୍କ ଘର ଭିତରୁ ସାପ ଉଦ୍ଧାର ହୋଇଛନ୍ତି। ତାଙ୍କର ଏକ ପୁରୁଣା ଘର ଭିତରେ ସାପ ବୁଲୁଥିବାଦେଖି ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା। ସେମାନେ ପହଞ୍ଚି ଘରର କାନ୍ଥ ଖୋଳି ସାପ ଛୁଆ ବାହାର କରିଥିଲେ। ହେଲେ ନାଗ ନାଗୁଣୀ ଥିବା ସନ୍ଦେହରେ ଏବେବି ଉଦ୍ଧାର କାମ ଚାଲିଛି। ଗତ କିଛି ଦିନ ହେଲା ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ସାପ ଆତଙ୍କ ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି।