ରାଜ୍ୟ

ଭଦ୍ରକ : ଗଛରେ ଝୁଲୁଥିବା ମୃତଦେହର ମିଳିଲା ପରିଚୟ, ମାଟି ଭିତରୁ ଶବକୁ ଖୋଳି ପରିବାର ଲୋକଙ୍କୁ ହସ୍ତାନ୍ତ କଲା ପୋଲିସ

ଭଦ୍ରକ (କେନ୍ୟୁଜ୍‌) : ୧୬ ନମ୍ବର ଜାତୀୟ ରାଜପଥର ଯଶୋଟିକିରି ମହନ୍ତ ପୋଲ ନିକଟରେ ଏକ ଗଛରେ ଝୁଲୁଥିବା ଜଣେ ଅଜଣା ବ୍ୟକ୍ତିର ମୃତ ଦେହ ୫ ଦିନ ପରେ ଚିହ୍ନଟ ହୋଇଛି। ମୃତ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ଆଗରପଡା ଥାନା କୁସୁନ ନଗର ଗାଁ ର ଚକ୍ରଧର ବେହେରା। ସେ ଗତ ୩୧ ତାରିଖ ଦିନ ଭୁବନେଶ୍ୱର ଚାଷୀ ସମାବେଶରେ ଯୋଗ ଦେବାକୁ ଯାଇ ଘରକୁ ଫେରି ନ ଥିଲେ। ତେବେ ଗତ ୨ ତାରିଖ ଦିନ ଏକ ମୃତ ଦେହ ସନ୍ଦେହ ଜନକ ଭାବେ ଜାତୀୟ ରାଜପଥ ପାର୍ଶ୍ଵ ଏକ ଗଛରେ ଝୁଲୁ ଥିଲା। ଏ ସମ୍ପର୍କରେ ଖବର ପରିବେଷଣ ପରେ ତାହା ସାମାଜିକ ଗଣ ମାଧ୍ୟମରେ ଭାଇରଲ ହୋଇଥିଲା। ଯାହାପରେ ମୃତଦେହ ମୋବାଇଲକୁ ମୋବାଇଲ୍‌ ଘୁରିବୁଲିଲା।

ଅନ୍ୟ ପକ୍ଷରେ ପୋଲିସ ମୃତ ବ୍ୟକ୍ତିର ପରିଚୟ ନ ପାଇଁ ୩ ଦିନ ରଖିବା ପରେ ଶବ ବ୍ୟବଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଦ୍ରକ ସହର ନିକଟସ୍ଥ ଦକ୍ଷିଣେଶ୍ୱର କାଳି ମନ୍ଦିର ପାଖ ପଡିଆରେ ପୋତି ଦେଇ ଥିଲେ। ଅପର ପକ୍ଷରେ ଚକ୍ରଧର ନିଖୋଜ ଥିବା ତାଙ୍କ ପରିବାର ଲୋକେ ଅଗରପଡା ଥାନାରେ ୪ ତାରିଖରେ ଜଣାଇ ଥିଲେ। ସାମାଜିକ ଗଣମାଧ୍ୟମରୁ ଫୋଟ ଓ ଭିଡ଼ିଓ ଦେଖି ତାଙ୍କ ପରିବାର ଲୋକେ ଚକ୍ରଧରଙ୍କୁ ଚିହ୍ନିବା ପରେ ପୋଲିସକୁ ଜଣାଇ ଶବ ନେବା ପାଇଁ କହିଥିଲେ ଓ ଏକ ହତ୍ୟା ଅଭିଯୋଗ ଥାନାରେ ଜଣାଇଛନ୍ତି। ପୋଲିସ ସେହି ଅନୁଯାଇ ଆଜି ଶବଟିକୁ ମାଟି ଭିତରୁ ମେସିନ ଲଗାଇ ଖୋଳି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ପୁର୍ନବାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ଦେଖିବା ପାଇଁ ଆଜି ବହୁ ଲୋକ ସେଠାରେ ଋଣ୍ଡିଭୂତ ହୋଇ ଥିଲେ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

30 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

32 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

39 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

48 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago