ଶ୍ରାବଣ ଯାଇ ଭାଦ୍ରବ ହେଲାଣି ହେଲେ ବର୍ଷା ନାହିଁ: ଜମି ଫାଟି ଆଁ, ଚିନ୍ତାରେ ଶହ ଶହ ଚାଷୀ

ଚାନ୍ଦବାଲି (କେନ୍ୟୁଜ): ଶ୍ରାବଣ ଯାଇ ଭାଦ୍ରବ ହେଲାଣି । ହେଲେ ଚାଷ କାର୍ଯ୍ୟ ପାଇଁ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ହେଲାନାହିଁ । ତେଣୁ ଆଗେଇ ପାରୁନି ଚାଷ କାର୍ଯ୍ୟ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବ୍ଲକ ଓଳଗ ପଂଚାୟତରେ ମରୁଡି ଯୋଗୁ ଚାଷ ଜମି ଫାଟି ଆଁ କରିଛି । ଚାଷ କାର୍ଯ୍ୟ ଆଗେଇ ପାରୁନଥିବାରୁ ହତାଶ ହୋଇ ପଡିଛନ୍ତି ଶହଶହ ଚାଷୀ । ଆରଡି , ନାନ୍ଦପୁର . ସୁନ୍ଦରପୁର ଓଳଗ ପଂଚାୟତର ଚାଷ ଜମିରେ ଏଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାକି ବ୍ଲକର ସମ୍ଭାବ୍ୟ ମରୁଡି ପରିସ୍ଥତିି ଦେଖିବାକୁ ମିଳିଛି ।

farmer

ଖାଲି ଏହି ୪ପଂଚାୟତ ନୁହେଁ ବ୍ଲକର ଅଧିକାଂଶ ପଂଚାୟତରେ ସମାନ ସ୍ଥିତି । ପାଣି ଅଭାବରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଗୋଟେ ପଟେ ଜଳସେଚନର ସୁବିଧା ନଥିବା ବେଳେ ଅନ୍ୟ ପଟେ ବର୍ଷାର ମଧ୍ୟ ଦେଖାନାହିଁ । ତେଣୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଯେଉଁ ତଳି ପଡିଥିଲା ପାଣି ଅଭାବରୁ ସେସବୁ ମରିବାକୁ ବସିଲାଣି । ଅଧିକାଂଶ ସ୍ଥାନରେ ମଧ୍ୟ ପାଣି ଅଭାବରୁ ତଳି ପୋଡି ଗଲାଣି । ତେବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାନ୍ଦବାଲି ବ୍ଲକରେ ମରୁଡି ପରିସ୍ଥିତ ସୃଷ୍ଟି ହେଲାଣି ବୋଲି ଚାଷୀ ମାନେ କହୁଛନ୍ତି ।

Leave A Reply

Your email address will not be published.