ନବରଙ୍ଗପୁର(କେନ୍ଯୁଜ୍) : ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ମେଡିକାଲ ଆଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା। ଘଟଣା ଘଟିଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ୍ ଖରକିଆଗୁଡା ନିକଟରେ। ଏକ ନିଛାଟିଆ ଜାଗାରେ ବାଇକ୍ ଦୁର୍ଘଟଣାରେ ଆହତ ହୋଇ ଦୁଇଜଣ ପଡିରହିଥିଲେ। ଏହି ସମୟରେ ଏକ ଦଳୀୟ କାର୍ଯ୍ଯକ୍ରମ ସାରି ଫେରୁଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ।
ରାସ୍ତାକଡରେ ଦୁଇ ଆହତଙ୍କୁ ଦେଖି ନିଜ ଗାଡିରେ ଡାକ୍ତରଖାନା ଆଣିଥିଲେ। ଆହତଙ୍କ ମଧ୍ୟରୁ ଜଣଙ୍କ ଗୋଡ ଭାଙ୍ଗିଯାଇଥିବାବେଳେ ଅନ୍ୟ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଏହି କାର୍ଯ୍ଯ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।