ରାଜ୍ୟ

ଖୁବଶୀଘ୍ର ଗାଁକୁ ଫେରିବେ ଭଗବାନ, ଶ୍ରମିକଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

ଆଉ କିଛି ମୁହୂର୍ତ୍ତ ପରେ ବାହାରିବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକ । ଆଉ ବାସ କିଛି ସମୟର ଅପେକ୍ଷା । ଖୁବ ଶୀଘ୍ର ଟନେଲ ଭିତରୁ ଆସିବ ସୁସମ୍ବାଦ ।  ଆଜିକୁ ୧୨ ଦିନ ହେବ ଚାଲିଛି ଉଦ୍ଧାରକାର୍ଯ୍ୟ । ତେବେ ଏହି ୪୧ ଜଣଙ୍କ ମଧ୍ୟରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି ଏବଂ ଏଥିରେ ଜଣେ ଶ୍ରମିକ ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତାଲବେଡା ଗ୍ରାମର ଭଗବାନ ଭତ୍ରା ।

ଉଦ୍ଧାରକାରୀ ଟିମ ମାନଙ୍କର କଠିନ ପରିଶ୍ରମ ପରେ ଶ୍ରମିକଙ୍କ ଉଦ୍ଧାର ନିଶ୍ଚିତ ହେବାକୁ ନେଇ ଭଗବାନ ଭତ୍ରାଙ୍କ ଗ୍ରାମରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭଗବାନ ଭତ୍ରାଙ୍କ ଘରେ ଗ୍ରାମବାସୀଙ୍କ ଭିଡ଼ ଜମିଥିବା ବେଳେ ଗ୍ରାମର ମହିଳାମାନେ ମଧ୍ୟ ମୋବାଇଲ ଧରି ଖବର ଦେଖିବାରେ ବ୍ୟସ୍ତ ରହିଛନ୍ତି । ସେମାନେ ମଧ୍ୟ ବୁଝିସାରିଲେଣି କି ଆଉ ମାତ୍ର କିଛି ସମୟର ଅପେକ୍ଷା ପରେ ଭଗବାନ ଭତ୍ରା ଟନେଲ ଭିତରୁ ବାହାରିବେ । ବର୍ତ୍ତମାନ ଭଗବାନ ଭତ୍ରାଙ୍କ ପରିବାର ଲୋକ ଖୁବ ଖୁସି ଅଛନ୍ତି ।

ତେବେ ଗ୍ରାମବାସୀମାନଙ୍କ ମଧ୍ୟରେ ଏବେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ସିସିଟିଭିରେ ଶ୍ରମିକଙ୍କ ଛବି ପ୍ରଥମ ଥର ପାଇଁ ଆସିଥିଲା । ଏହାପରେ ଶ୍ରମିକଙ୍କ ପରିବାର ଲୋକଙ୍କ ମଧ୍ୟରେ ଜାଗିଥିଲା ଏକ ଆଶାର ଆଲୋକ । ଏବେ ଶ୍ରମିକଙ୍କ ପରିବାର ଲୋକଙ୍କ ମଧ୍ୟରେ ଅନେକ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି ।

୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ । ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ ।

ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫ ମିଟର ଟପିଲେଣି ଉଦ୍ଧାରକାରୀ । ତେବେ ଷ୍ଟିଲ ଚଟାଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି । ଟନେଲର ଉଭୟ ପାର୍ଶ୍ବରୁ ଏବଂ ଉପର ପଟୁ ଡ୍ରିଲ୍ ଚାଲିଛି । ଟନେଲ ମୁହଁରେ ଆମ୍ବୁଲାନ୍ସ ଧାଡ଼ି ହୋଇ ଛିଡ଼ା ହୋଇଛି । ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଶ୍ରମିକମାନଙ୍କୁ ହସ୍ପିଟାଲକୁ ନିଆଯିବ। ସ୍ବତନ୍ତ୍ର ଭାବେ ସେଠାରେ ହସ୍ପିଟାଲ ବେଡ୍ ମଧ୍ୟ ନିର୍ମାଣ କରାଯାଇଛି ।

ଫସିଥିବା ଶ୍ରମିକଙ୍କ ସଂପର୍କୀୟମାନେ ଟନେଲ ବାହାରେ ଅପେକ୍ଷା କରି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅକ୍ସଜେନ ସିଲିଣ୍ଡର ନେଇ ଟନେଲ ଭିତରେ ପଶିଛନ୍ତି ଏନଡିଆରଏଫ ଯବାନ । ଟନେଲ ନିକଟରେ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ଏବେ ଖାଲି ଶ୍ରମିକଙ୍କ ବାହାରକୁ ବାହାରିବାର ଅପେକ୍ଷା ରହିଛି ସାରା ଦେଶବାସୀଙ୍କୁ ।

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

3 hours ago