ଗୁଣିଗାରେଡ଼ି ସନ୍ଦେହ ନେଲା ବ୍ୟକ୍ତିଙ୍କ ଜୀବନ, ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଟକ

ଗୁଣୁପୁର : ଆଧୁନିକ ସମାଜରେ ଅନ୍ଧବିଶ୍ବାସର ଛିଟା । ଗୁଣିଗାରେଡ଼ି ସନ୍ଦେହରେ ଗଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣରେ ଭୈରବ ସାହୁଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ହାଟ ପଦା ସାହିରେ ଗୁଣି ଗାରେଡି ସନ୍ଦେହରେ ତାଙ୍କୁ ଆକ୍ରମଣ କରିଥିଲେ କିଛି ବ୍ୟକ୍ତି ।  ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ ସମୟରେ ଆକ୍ରମଣର ଶିକାର ହୋଇଥିଲେ ପଦ୍ମପୁର ଥାନା ଅଧିକାରୀ । ଘଟଣାରେ ସମ୍ପୃକ୍ତି ଥିବା ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖିଛି ପଦ୍ମପୁର ପୋଲିସ ।

 

 

ଆହୁରି ପଢନ୍ତୁ : ଏସବିଆଇ ରୁ ୮.୧ କୋଟି ଟଙ୍କା ଠକେଇ ମାମଲାରେ ୪ ଗିରଫ, ଓପିଆଇଡି କୋର୍ଟରେ ହାଜର