ନୂଆଦିଲ୍ଲୀ : ଓଡ଼ିଶାର ବରିଷ୍ଠ ନେତା ଭକ୍ତ ଚରଣ ଦାସ ତେଲେଙ୍ଗାନା ପାଇଁ କଂଗ୍ରେସ ଦଳର ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଦଳର ସଭାପତି ରାହୁଲ ଗାନ୍ଧୀ ଭକ୍ତ ଦାସଙ୍କ ସମେତ ଜ୍ୟୋତିମଣି ସେନ୍ନିମାଲାଇ ଏବଂ ଶର୍ମିଷ୍ଠା ମୁଖାର୍ଜୀଙ୍କୁ ମଧ୍ୟ ଏହି ଟିମରେ ମନୋନୀତ କରିଛନ୍ତି । ଏ ସମ୍ପର୍କରେ ଘୋଷଣା କରିଛନ୍ତି କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଅଶୋକ ଗେହଲଟ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ସ୍କ୍ରିନିଂ କମିଟି କରିଛି । ଆଗାମୀ ନିର୍ବାଚନରେ କ୍ଷମତାରେ ଥିବ ତେଲେଙ୍ଗାନା ରାଷ୍ଟ୍ର ସମିତି କଂଗ୍ରେସ ବିପକ୍ଷରେ ତେଲୁଗୁ ଦେଶମ ପାର୍ଟି ଏବଂ ବାମ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବେ ।