ଭଞ୍ଜନଗର : ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଭଞ୍ଜନଗର (କେନ୍ୟୁଜ): ଯୁବକକୁ ନୃସଂସ ହତ୍ୟା । ଗାଁ ପାଖ ଏକ ଜମିରୁ ଠାବ ହେଲା ରକ୍ତ ଜୁଡୁବୁଡୁ ମୃତଦେହ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇପୁର ଶାସନ ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତ ଯୁବକ ଅମିତ୍ କୁମାର ଆଚାର୍ଯ୍ୟ ବୋଲି ଜଣାପଡିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପୁର୍ବ ଶତ୍ରୁତା କାରଣରୁ ଘଟିଥିବା ସନ୍ଦେହ କରିଛି ପୋଲିସ ।

ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଆଜି ସକାଳେ ଘଟଣାଟି ଜଣାପଡ଼ିଲା । ଦୁର୍ବୃତ୍ତ ମାନେ ଖଣ୍ଡାରେ ହାଣି ହତ୍ୟା କରିଥିବା ବେଳେ ଫେରାର ଥିବା ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ପୋଲିସ ସୁରାକ ପାଇଥିବା ନେଇ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଛି ।

Leave A Reply

Your email address will not be published.