ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସେଚନ ଡିଭିଜନ ବାଘୁଆ ପ୍ରକଳ୍ପ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭଞ୍ଜନଗର (କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ । ଭଞ୍ଜନଗର ଜଳସେଚନ ଡିଭିଜନ ବାଘୁଆପ୍ରକଳ୍ପ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସରର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ବିଷ୍ଣୁ ସାହୁଙ୍କ ବ୍ରହ୍ମପୁର ସ୍ଥିତ ନିଳାଦ୍ରୀ ବିହାର ଓ ବିଜୟ ବିହାରରେ ଥିବା ଘରେ ଚଢାଉ ଚାଲିଛି । ଅତିରିକ୍ତ SP, ୪ DSP, ୯ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ରେଡ୍‌ରେ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.