ଆଜି ଭିମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା, ସମ୍ବଲପୁରରେ ପଡ଼ିଛି ବନ୍ଦର ପ୍ରଭାବ
![sambalpur](https://knewsodisha.com/wp-content/uploads/2020/02/sambalpur-1.jpg)
ସମ୍ବଲପୁର (କେନ୍ୟୁଜ୍) : ଆଜି ଭିମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସମ୍ବଲପୁରରେ ପଡ଼ିଛି । ଭିମ୍ ଆର୍ମିର କର୍ମକର୍ତ୍ତାମାନେ ଆଜି ସକାଳୁ ସମ୍ବଲପୁର ଇଣ୍ଟରସିଟି ଟ୍ରେନ୍କୁ ଦୀର୍ଘ ସମୟ ଧରି ଷ୍ଟେସନରେ ଅଟକାଇଥିଲେ । ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ମଧ୍ୟ ଗାଡି ଅଟାକଇ ପିକେଟିଂ କରିଥିଲେ । ମାଲ ପରିବହନ କରୁଥିବା ଟ୍ରକ ଗୁଡିକ ମଧ୍ୟ ରାସ୍ତାରେ ଅଟକି ରହିଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସରକାରୀ ଚାକିରିରେ ପଦୋନ୍ନତିରେ ସଂରକ୍ଷଣକୁ ଇଚ୍ଛାଧୀନ କରିବା ବିରୋଧରେ ଭିମ୍ ଆର୍ମି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।