ସହଜ ହେବ ଜଗା ଦର୍ଶନ, ଆସନ୍ତା ୧୫ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ

ଆସନ୍ତା ୧୫ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି ।

ପୁରୀ (କେନ୍ୟୁଜ): ଆସନ୍ତା ୧୫ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଟ୍ରାଏଲ ରନ ସଫଳତାର ସହ ଶେଷ ହେବା ପରେ ଏବେ ନିୟମିତ ଭାବେ ଏକ୍ସପ୍ରେସ ଚଳାଇବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଦୌଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ସଫଳତାର ସହ ଶେଷ ହୋଇଛି ।

ସେପଟେ ପୁରୀରେ ଅନୁଷ୍ଠିତ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିପାରନ୍ତି ମୋଦି । ଏନେଇ ସୂଚନା ଦେଇଥିଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ମୋଦିଙ୍କ ଓଡ଼ିଶା ଗସ୍ତ ନେଇ କୌଣସି ତାରିଖ ସ୍ଥିର ହୋଇନି । କିନ୍ତୁ ସ୍ନାନପୂର୍ଣ୍ଣମୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି । ଯେହେତୁ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହେଉଛନ୍ତି ତେଣୁ ଓଡ଼ିଶାରେ ହେଉଥିବା ଲୋକାର୍ପଣ ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୁଅନ୍ତୁ ବୋଲି ଦଳୀୟ ନେତା ଚାହୁଁଥିବା କହିଛନ୍ତି ପୃଥ୍ୱୀରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.