ଜୁଲାଇରୁ ସାରା ଦେଶରେ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା

ଭୁବନେଶ୍ୱର: ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା । ଇତିହାସ ପାଲଟିବ ପୁରୁଣା ଅପରାଧିକ ଆଇନ -ସିଆରପିସି। ନ୍ୟାୟ ସଂହିତା ଲାଗୁ ହେବା ସହ ପୁରୁଣା IPC ଓ CRPC, ଏଭିଡେନ୍ସ ଆକ୍ଟ ଅକାମୀ ହୋଇଯିବ । ଏଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର । କିଭଳି ଭବେ ଏହି ଅଧିନିୟମକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ଚାଲିଛି ପ୍ରସ୍ତୁତି ।

ପୋଲିସ ଠାରୁ ଆରମ୍ଭ କରି ଓକିଲ ଓ ମାାଜିଷ୍ଟ୍ରେଟ ସମସ୍ତଙ୍କୁ ଦିଆଯାଉଛି ତାଲିମ । ଆଗକୁ ଯେଭଳି କୌଣସି ଅସୁବିଧା ନ ହେବ ସେଥିପାଇଁ ତାଲିମ ପ୍ରଦାନ କରୁଛନ୍ତି ସୁପ୍ରିମକୋର୍ଟ ଓ ହାଇକୋର୍ଟ । ଜୁଲାଇ ୧ ତାରିଖ ପୂର୍ବରୁ ରୁଜୁ ହୋଇଥିବା ସମସ୍ତ ମାମଲା ପୁରୁଣା ନିୟମ ମୁତାବକ ହେବାକୁ ଥିବା ବେଳେ ଏକ ତାରିଖ ପରେ ଯେଉଁ ସବୁ ମାମଲା ରୁଜୁ ହେବ ତାହା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଅଧୀନରେ କାର୍ଯ୍ୟକାରୀ ହେବ ।