ଭରତପୁର ମାମଲା, ଆଜି ପୁଣି ଜେରା ହେବେ କ୍ୟାପଟେନଙ୍କ ବାନ୍ଧବୀ

ଭରତପୁର ଥାନାରେ ଦୁର୍ବ୍ୟବହାର ମାମଲାରେ ଆଜି ପୁଣି ଜେରା ହେବେ କ୍ୟାପଟେନଙ୍କ ବାନ୍ଧବୀ ।  ଅପରାହ୍ଣରେ ଜେରା ହେବେ। ବାନ୍ଧବୀଙ୍କ ପରେ କ୍ୟାପଟେନଙ୍କୁ ଜେରା କରାଯିବ ।  ଏହା ସହ ସେମାନେ ଦେଇଥିବା ସାକ୍ଷୀଙ୍କର ମଧ୍ୟ ଜେରା ହେବ ।

ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।  ଗତକାଲି କ୍ୟପଟେନଙ୍କ ବାନ୍ଧବୀଙ୍କୁ ପ୍ରାୟ ୫ ଘଣ୍ଟା ଜେରା ହୋଇଥିଲା ।  କ୍ୟାପଟେନଙ୍କ ବାନ୍ଧବୀଙ୍କୁ ପୋଲିସ ପକ୍ଷ ଓକିଲ ଜେରା କରିଛନ୍ତି ।

ପ୍ରଥମେ ନିଲମ୍ବିତ ପୋଲିସ ଅଧିକାରୀଙ୍କ ପକ୍ଷରୁ ଉତ୍ତୋଳନ କରାଯାଇଥିବା ଭିଡିଓ ପ୍ରଦର୍ଶନ କରାଯାଇଥିଲା ।  ଏହି ସମୟରେ ନିଲମ୍ବିତ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।  ଭିଡିଓ ଆଧାରରେ ପୋଲିସ ପକ୍ଷ ଓକିଲ ଜେରା କରିଥିଲେ ।