ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନାରେ ସେନା କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କାଲି ଶେଷ ହେବ । ସୂଚନା ଅନୁସାରେ, ଏଯାଏଁ ୩ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ ସରିଛି । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ବେହେରାଙ୍କ ସମେତ କିଛି ଅଫିସର ଗୁଜରାଟରୁ ଫେରିଆସିଛନ୍ତି ।
ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ ମ୍ୟାପିଂ ୧୫ରେ ହେବ । ୨୧ ସୁଦ୍ଧା କୋର୍ଟଙ୍କୁ ରିପୋର୍ଟ ହସ୍ତାନ୍ତର କରିବ ଗାନ୍ଧୀନଗର DSFL । ଅକ୍ଟୋବର ସୁଦ୍ଧା ତଦନ୍ତ ଶେଷକରି ରିପୋର୍ଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ସେପ୍ଟେମ୍ବର ୧୪ ତାରିଖ ରାତିରେ କ୍ୟାପଟେନଙ୍କ ବାନ୍ଧବୀଙ୍କ ସହ କଣ ଘଟିଥିଲା ତାର ସତ କାଢ଼ିବାକୁ ମିଛଧରା ପରୀକ୍ଷା କରିଛି କ୍ରାଇମବ୍ରାଞ୍ଚ ।