ଭରତପୁର କାଣ୍ଡ; ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା

ଭୁବନେଶ୍ଵର : ଭରତପୁର କାଣ୍ଡ ପରେ ପୀଡିତାଙ୍କ ଜୀବନ ପ୍ରତି ବିପଦ । ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି କ୍ୟାପଟେନଙ୍କ ବାନ୍ଧବୀ । ଅଭିଯୋଗ କରିଛନ୍ତି ଯେ , ତାଙ୍କ ଷ୍ଟାଫଙ୍କୁ ଦୁଇ ଥର ଧମକାଇଛନ୍ତି ପୋଲିସ ଅଫିସର । ତେଣୁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା ଆଶଙ୍କା କରିଛନ୍ତି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ଜଣାଇଛନ୍ତି କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀ । ଆବଶ୍ୟକ ପଡିଲେ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପୀଡିତା । ଲୋକସେବା ଭବନରେ ମୋହନ ମାଝୀଙ୍କୁ ଭେଟି ଭରତପୁର ଥାନାରେ ନିର୍ଯାତନା ଘଟଣାରେ ଆଲୋଚନା କରିଛନ୍ତି କ୍ୟାପଟେନ ଓ ତାଙ୍କ ବାନ୍ଧବୀ । ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବି ଉପସ୍ଥିତ ଥିଲେ। ଘଟଣାର ତଦନ୍ତ ପାଇଁ ସରକାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପୀଡ଼ିତା । ନ୍ୟାୟ ନିଶ୍ଚିତ ମିଳିବା ନେଇ ଆଶା ରଖିଛନ୍ତି ।

ସେପଟେ ଭରତପୁର ଥାନା ନିର୍ଯାତନା ମାମଲାର ତଦନ୍ତ ତଦାରଖ କରିବେନି ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏହା ସ୍ପଷ୍ଟ କରିଛନ୍ତି । ତେବେ ଭରତପୁର ଥାନାରେ ଯେଭଁ ଘଟଣା ଘଟିଲା, ସେଥିରେ ଉଦ୍ ବେଗ ପ୍ରକାଶ କରିଛନ୍ତି। ପୋଲିସ ଷ୍ଟେସନ ଭିତରେ ଯାହା ହେଲା ତାହା ରହସ୍ୟ ଘେରରେ ରହିଗଲା ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହା ସହ ସମସ୍ତ ଥାନାରେ ସିସିଟିଭି ଲାଗିବା ଓ ଥାନାକୁ କୌଣସି ଆର୍ମୀ ଅଫିସର ଗଲେ ତାଙ୍କ ପ୍ରତି କିପରି ବ୍ୟବହାର କରିବେ ସେ ନେଇ ନୀତି ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଡଭୋକେଟ ଜେନେରାଲ କହିଛନ୍ତି, ରାଜ୍ୟ ସରକାର ଏହି ମାମଲାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like