ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଜିଠୁ ଦାଖଲ ହେବ ସତ୍ୟପାଠ । ମାମଲାରେ ଜଡିତ ସମସ୍ତ ପକ୍ଷ ନିଜ ପକ୍ଷ ଦାଖଲ କରିବେ । ୨୧ ଦିନ ଯାଏ ଚାଲିବ ସତ୍ୟପାଠ ଦାଖଲ ପ୍ରକ୍ରିୟା । ସତ୍ୟପାଠ ଦାଖଲ ପରେ ସାକ୍ଷ୍ୟ ଗ୍ରହଣ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି। ସତ୍ୟପାଠ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରାଯିବ ।
ସେପଟେ ଗୁଜୁରାଟ ଗାନ୍ଧୀନଗରରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି । ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିବା ଜଣାପଡିଛି । ତେବେ ଗତକାଲି ପଲିଗ୍ରାଫ ଟେଷ୍ଟ ହୋଇପାରିନାହିଁ । ଆଜି ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ହୋଇପାରେ । ଭରତପୁର ଥାନାରେ ସେପ୍ଟେମ୍ବର ୧୫ ତାରିଖ ରାତିର ସତ କଣ? ରାତି ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଣ ଚାଲିଥିଲା ? ସତ ପଦାକୁ ଆଣିବାକୁ ଗୁଜରାଟର ଗାନ୍ଧିନଗର DFSLରେ ହେବ ମିଛଧରା ପରୀକ୍ଷା । କ୍ରାଇମବ୍ରାଞ୍ଚର ୨ଜଣ ଡିଏସପିଙ୍କ ନେତୃତ୍ବରେ ଗଠିତ ୫ଜଣିଆ ଟିମ୍ ସେମାନଙ୍କୁ ଗାନ୍ଧୀନଗର ଫୋରେନସିକ ଲାବୋରେଟୋରୀ ନେଇଛି ।
ଏହି ପ୍ରକ୍ରିୟାରେ ଅଭିଯୁକ୍ତର ମୁଣ୍ଡରେ, ହାତରେ ଓ ଶରୀର ଅନ୍ୟ କିଛି ଅଙ୍ଗରେ କିଛି ଉପକରଣ ଲଗାଯାଏ । ପରେ ମାମଲାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥାନ୍ତି । ସେହି ସମୟରେ ଅଭିଯୁକ୍ତଙ୍କ ରକ୍ତଚାପର ମାତ୍ରା, ପଲ୍ସ ରେଟ, ହୃଦସ୍ପନ୍ଦନ ଓ ଅନ୍ୟାନ୍ୟ ଶରିରୀର ହାଭଭାବକୁ ଚର୍ଜମା କରାଯାଏ । ଫଳରେ ସେ କହୁଥିବା କଥା ସତ ନା ମିଛି ତାହା ଜଣାପଡେ । ଏକ ଅଭିଜ୍ଞ ଡାକ୍ତର ଟିମ୍ ସହାୟତାରେ ତଦନ୍ତକାରୀ ସଂସ୍ଥା ଏହି ପ୍ରକ୍ରିୟା ଶେଷ କରିଥାଏ । ଯାହାକି ତଦନ୍ତ ସମୟରେ ଆଇନସମ୍ମତ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି ।