ମେଜର୍‌ଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା: ବଦଳିଲେ ଭୁବନେଶ୍ବର ଭରତପୁର ଥାନା ଅଧିକାରୀ

ଭୁବନେଶ୍ବର: ବଦଳିଲେ ଭୁବନେଶ୍ବର ଭରତପୁର ଥାନା ଅଧିକାରୀ ।  ଥାନାରେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରା ଘଟଣାରେ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ଆସିଷ୍ଟାଣ୍ଟ ସବ ଇନନ୍ସପେକ୍ଟର ସଲିଳମୟୀ ସାହୁ ଙ୍କୁ ଡିସିପି କାର୍ଯ୍ୟାଳୟକୁ ଓ କନେଷ୍ଟବଳ ବଳରାମ ହାଁସଦାଙ୍କୁ ଭୁବନେଶ୍ବର ଆରଓକୁ ବଦଳି ହୋଇଛି । ନିରପେକ୍ଷ ତଦନ୍ତ ପାଇଁ ପ୍ରଶାସନିକ ଦୃଷ୍ଟିକୋଣରୁ ତିନିଜଣଙ୍କୁ ବଦଳି କରାଯାଇଛି । ଏପଟେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରା ଘଟଣାରେ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମର ଖୋଳତାଡ଼ କରିଛି।

ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି । ଥାନାରେ ଖୋଳତାଡ଼ ପରେ କ୍ରାଇମବ୍ରାଞ୍ଚ ଟିମ ଏଡିଜିଙ୍କ ସହ ଟିମ୍ ଆଲୋଚନା କରିଛନ୍ତି। ସେହିପରି ମାଡ଼ ମରା ଘଟଣାରେ ହାଇକୋର୍ଟରେ ରୁଜୁ ମାମଲାରେ ଆଜି ପରବର୍ତ୍ତୀ ଶୁଣାଣି ହେବ । ଆଜି ଶୁଣାଣି ସମୟରେ ଥାନା ଅଧିକାରୀଙ୍କୁ ମେଡିକାଲ୍ ରିପୋର୍ଟ ସହ ଭିଡିଓ କନଫରେନସିଂ ଜରିଆରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏନେଇ ମେଜରଙ୍କ ବାନ୍ଧବୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲାର ରୁଜୁ ହୋଇଛି। ଗୋଟିଏ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଜାମିନ ଆବେଦନ ଓ ଆଉ ଗୋଟିଏ ମାମଲା ଖାରଜ କରିବା ପାଇଁ ରୁଜୁ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like