ଭଦ୍ରକ: ସରିଲା ଭଦ୍ରକର ଐତିହାସିକ କାଳୀପୂଜା । ଚରମ୍ପା ଅଞ୍ଚଳରେ ୯ ଦିନ ଧରି ମଣ୍ଡପରେ ପୂଜା ପାଉଥିବା ମାଆ କାଳୀଙ୍କ ଅନୁଷ୍ଠିତ ହୋଇଛି ଭସାଣି ଉତ୍ସବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାକଜମକରେ ମାଆଙ୍କୁ ମେଲାଣି ଦିଆଯାଇଛି । ପାରମ୍ପରିକ ଘଣ୍ଟ ଘଣ୍ଟା ସହ ଦୁଲଦୁଲି ବାଜରେ ପ୍ରକମ୍ପିତ ହୋଇଉଠିଲା ପରିବେଶ ।
ପ୍ରଥମେ ମାଆଙ୍କୁ ସହର ପରିକ୍ରମା କରାଯାଇଥିଲା ପରେ ପୌରପାଳିକା ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କ ୯ଟି ମେଢ଼ଙ୍କୁ ମେଲାଣି ଦିଆଯାଇଛି । ଭସାଣି ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ମାଆଙ୍କ ମେଲାଣ ଉତ୍ସବରେ ସାମିଲ ହୋଇଥିଲେ ଶହ ଶହ ଭକ୍ତ ।