ଭବାନୀ ଶଙ୍କର ଭୋଇ ହେବେ ଉପ ବାଚସ୍ପତି, ଭରିଲେ ନାମାଙ୍କନ

ଭୁବନେଶ୍ୱର : ଭବାନୀ ଶଙ୍କର ଭୋଇ ହେବେ ଉପ ବାଚସ୍ପତି । ଉପ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଭବାନୀ ଶଙ୍କର । ନାମାଙ୍କନ ଭରିବା ବେଳେ ମୁଖ୍ୟମନ୍ତ୍ରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଏହି ଘୋଷଣା କରିଛି । ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପାଇଁ କାହାକୁ ପ୍ରାର୍ଥୀ କରିନାହିଁ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ଭବାନୀ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପ୍ରାୟ ୧୫ ହଜାର ଭୋଟରେ ପରାସ୍ତ କରିଥିବା ବେଳେ ୨୦୨୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପ୍ରାୟ ୧୭ ହଜାର ଭୋଟରେ ପରାସ୍ତ କରିଥିଲେ।

 

You might also like