ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷ

କଳାହାଣ୍ଡି : ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷ। ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ ୱାର୍ଡର କାଉନସିଲର ଭୋଟ ଦେଇଥିଲେ। ସକାଳ ୧୧ଟାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବିଜେଡିର ୧୮ କାଉନସିଲର ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏ କାଉନସିଲର ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟ ଦେଇଥିଲେ ବୋଲି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ କହିଛନ୍ତି। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ଖୁସି ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.